କମିଶନରେଟ ପୋଲିସର ନିଷ୍କ୍ରିୟତା ପ୍ରଭାବ ଦେଖିବାକୁ ମିଳିଥିଲା, ଖୋର୍ଦ୍ଧା କୋର୍ଟ ପରିସରରେ। ପ୍ରକାଶ ଥାଉକି କୁହୁଡି ଥାନା ଅଞ୍ଚଳର ସୁକାନ୍ତ ନାୟକ ନାମକ କଏଦୀ ଖୋର୍ଦ୍ଧା ପୋଷ୍କ କୋର୍ଟରୁ ପୋଲିସକୁ ଚିତାକାଟି ଘରକୁ ଘର ଛାତ ଉପରେ ଡେଇଁ ଡେଇଁ ଫେରାର।
କମିଶନରେଟ ପୋଲିସ୍ ସୁକାନ୍ତ ନାୟକ ନାମକ କଏଦୀକୁ ଝାଡପଡା ଜେଲରୁ ଖୋର୍ଦ୍ଧା ପୋସ୍କ କୋର୍ଟକୁ ଆଣିଥିଲା ବିଚାର ଶୁଣାଣି ସଂକ୍ରାନ୍ତରେ। ପୋଲିସର ଖାମଖିଆଲ ପାଇଁ ସୁକାନ୍ତ କୋର୍ଟ ଭିତରେ ପୋଲିସକୁ ଧକ୍କା ମାରି ଚମ୍ପଟ ମାରିଲା। ସୁକାନ୍ତକୁ ଧରିବାକୁ ଖୋର୍ଦ୍ଧା ପୋଲିସ ସହ କମିଶନରେଟ ପୋଲିସ ଉଦ୍ୟମ ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ ସୁକାନ୍ତ କୁ ଧରିବାରେ ପୋଲିସ ବିଫଳ।
ପୋଲିସର ଏହିଭଳି କାର୍ଯ୍ଯକଳାପ ପାଇଁ ପୋଲିସ ଉପରୁ ସାଧାରଣା ଜନତାଙ୍କ ଆସ୍ତା ତୁଟିଯାଉଛି। ସାଧାରଣରେ ଚର୍ଚ୍ଚାର ବିଶୟ ପୋଲିସକୁ ଧକ୍କା ଦେଇ କଏଦୀ କେମିତି ଚମ୍ପଟ ମାରିଲା?
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
B’pur Police arrests 12 Anti Socials from 4 Deferent P.s.