ବ୍ରହ୍ମପୁର, ୨୩/୨(ଅଭିଜିତ କର): ସ୍ଥାନୀୟ ସର୍କିଟ ହାଉସ ଠାରେ ରବିବାର ଅପରାହ୍ନରେ ବ୍ରହ୍ମପୁର ଆଲଫା ସ୍ପୋଟିଂଙ୍ଗ କ୍ଲବ ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମେମୋରିଆଲ ଟ୍ରଫିର ଅଧ୍ୟକ୍ଷ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧାକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ୧୫ତମ ଜାତିୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଉକ୍ତ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବାହାରର ୧୦ଗୋଟି ସୁନାମ ଧନ୍ୟ ଦଳ ମାନେ ଅଂଶ ଗ୍ରହଣ କରିବାକୁ ଥିବା ବେଳେ, ବିଶାଖାପାଟଣା ଦଳ ସହ ଫେମସ କ୍ଳବ୍ କେଜେଆର୍, ୱିନର ଅଫ୍ ଫାଷ୍ଟ ପିକ୍ୟୁ ସହ ରାଇସିଂ ଷ୍ଟୁଡେଣ୍ଟସ କଟକ, ଲିଡ୍ସ ଏକାଡେମୀ ସହ ଆର୍ ୱାଇସିଶି ରାଉରକେଲା, ରାଇସିଂ ଷ୍ଟାର ଆଲ୍ଫା ସହ କେଶିଏ କେସିଙ୍ଗା, ୱିନର ଅଫ୍ ସେକେଣ୍ଡ ପିକ୍ୟୁ ସହ ଆଲ୍ଫା ସ୍ପୋର୍ଟିଂ କ୍ଳବ୍, ୟୁ ଏଣ୍ଡ ମି ବାଲେଶ୍ଵର ସହ ରାମେଶ୍ବର ଭୁବନେଶ୍ୱର ଦଳର ପ୍ରତିଯୋଗିତା ହେବାକୁ ଥିବା ବେଳେ, ଶେଷ ଦିବସ ଅର୍ଥାତ୍ ୧୦ ତାରିଖ ଦିନ ମେଗା ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ ବୋଲି କହିଥିଲେ। ସେହିପରି ସାଧାରଣ ସମ୍ପାଦକ ଶ୍ରୀ ବିଜୟ ଭାସ୍କର ସିଂ ସାମନ୍ତ କହିଛନ୍ତି ଯେ, ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଜୟୀ ଦଳଙ୍କ ପାଇଁ ଲକ୍ଷେ ଏଗାର ହଜାର ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ, ରନର ଦଳ ପାଇଁ ୬୬ ହଜାର ଟଙ୍କା ପୁରସ୍କୃତ ରାଶି ରଖାଯାଇଛି । ଏହି ସମ୍ପୂର୍ଣ୍ଣ ପ୍ରତିଯୋଗିତା ୟୁଟ୍ୟୁବରେ ଲାଇଭ ହେବା ସହ ଅନଲାଇନ୍ ମାଧ୍ୟମରେ ସ୍କୋର ବୋର୍ଡ ପ୍ରସ୍ତୁତ ରହିବ ଯାହା ଦର୍ଶକ ମାନଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ବରିଷ୍ଟ ବିଜେଡ଼ି ନେତା ତଥା ଆଇନଜୀବୀ ଜଗନ୍ନାଥ ସାବତ, ଶ୍ରୀମତୀ ସ୍ୱତା ପ୍ରଜ୍ଞା ପଟ୍ଟନାୟକ, ଏମ ସୁଜାତା ପାତ୍ର, ସୀମାଞ୍ଚଳ ସାହୁ, ଅମିତ୍ କୁମାର ଦାସ ଓ ଚନ୍ଦ୍ର ମୋହନ ସାହୁଙ୍କ ସମେତ ଅନ୍ୟ ବହୁ ଖେଳାଳି ମାନେ ଉପସ୍ଥିତ ଥିଲେ।
More Stories
ବିଶ୍ୱ ମହିଳା ଦିବସରେ ମହିଳା କ୍ରିକେଟ ଦଳର ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗିତା
ଘରେ ଘରେ ତ୍ରିରଙ୍ଗା ଅଭିଯାନ
ଅଲିମ୍ପିକ୍ ପଦକ ଜିତିବାରେ ଲିଆଣ୍ଡର ପେସ୍ ପ୍ରଥମ ଭାରତୀୟ