Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ

Spread the love

ପାତ୍ରପୁର, ୧୦/୨(ସୁରେଶ ପଟ୍ଟନାୟକ): ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ସାରା ରାଜ୍ୟରେ ବିଜେପିର ବଳ ବଢୁଥିବା ବେଳେ ଚିକିଟି ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ଭାବେ ବଳ ବଢାଉଛି ଚିକିଟି ବିଜେପି। ଆଜି ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତୀପୁର ଗ୍ରାମ ପଞ୍ଚାୟତ ଚିଡ଼ିପୁଡ଼ି ଗ୍ରାମର ୟୁ. ମାଧେୟା, ଜି. ଗୋପାଳ ରେଡି, ୱାଇ. ରବି କୁମାର, ୟୁ ରାମେୟା, କେ. ଭିମେୟା, ଜି. ଡିଲେଶୁ, କେ. କାମେୟା, ୟୁ. ଜଗନଙ୍କ ସମେତ ସମ୍ପୂର୍ଣ ଗ୍ରାମ ବାସୀ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ କାର୍ଯ୍ୟଶୈଳୀର ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତ ଗ୍ରାମବାସୀ ବିଜେପିରେ ସାମିଲ ହେଇଥିବା ଦେଖିବାକୁ ମିଳିଛି । ବିଜେପିରେ ଯୋଗ ଦେଇଥିବା ସମସ୍ତ ଗ୍ରାମବାସୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ ମାନ୍ୟବର ବିଧାୟକ ଶ୍ରୀ ସାମନ୍ତରା । ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ବ୍ଲକ ଅଧକ୍ଷା ୱାଇ.ସଂଯୁକ୍ତା, ଉପାଧକ୍ଷ ଅନାଦି ଚରଣ ପଣ୍ଡିତ, ନାରୀ ନେତ୍ରୀ ତଥା ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା, ୱାଇ ମହନ ରାଓ, ମଣ୍ଡଳ ସଭାପତି ଇଶୁରୁ କାଳିଦାସ ରେଡି, ଜୟନ୍ତପୁର ସରପଞ୍ଚ ଇଶୁରୁ ସୁଶିଳା ରେଡି, ଇଶୁରୁ ବାଲକ୍ରିଣ୍ଣା ରେଡି, ବରଗଂ ସରପଞ୍ଚ ଭି. ଦେବୀପ୍ରସାଦ, ଜୟନ୍ତପୁର ସମିତି ସଭ୍ୟ ବାଲାଜୀ ପାଢ଼ୀ, ସାମନ୍ତିଆପଲ୍ଲି ସମିତି ସଭ୍ୟ ପ୍ରଶାନ୍ତ ସାହୁଙ୍କ ସମେତ ବହୁ ସରପଞ୍ଚ ସମିତି ଉପସ୍ଥିତ ଥିଲେ ।

error: Content is protected !!
Breaking News