ପାତ୍ରପୁର, ୧୨/୨(ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମରେ ଚିକିଟି ବିଜେପି ପକ୍ଷରୁ ବୁଧବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାରତର ଯସ୍ଵଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଂଜନ ଦ୍ୟାନ ସାମନ୍ତରାଙ୍କ କାର୍ଯ୍ୟ ଶୈଳୀରେ ଅନୂପ୍ରାଣିତ ହୋଇ ବିଧିବଦ୍ଧ ଭାବରେ ବିଜେପି ଦଳରେ ସାମିଲ ହେଇଥିବା ଦେଖିବାକୁ ମିଳିଛି। ଶ୍ରୀ ଦ୍ୟାନ ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ, ଉକ୍ତ ଗ୍ରାମର ଜଟିଆ ରଣା, ଗୋପାଳ ରଣା, ବିଜୟ ରଣା, ରାମନାଥ ରଣା, ପିଙ୍କୁ ରଣା, ସୁଦାମ ରଣା, କାହ୍ନୁ ରଣା, ସୂର୍ଯ୍ୟ ରଣା, ପ୍ରଦୀପ ରଣା, ନାରାୟଣ ରଣା, ଶ୍ରୀକାନ୍ତ ରଣା, ବାବୁ ରଣା ପ୍ରମୁଖଙ୍କ ସମେତ ୨୬ଟି ପରିବାର ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ଉକ୍ତ ମିଶ୍ରଣ ପର୍ବରେ ପାତ୍ରପୁର ବ୍ଳକ ଅଧ୍ୟକ୍ଷା ୱାଇ. ସଂଯୁକ୍ତା, ମୀନା ଦ୍ୟାନସାମନ୍ତରା, ସମାନ୍ତିଆପଲ୍ଲୀ ସରପଞ୍ଚ ଏନ. ତ୍ରିପତି, ସମିତି ସଭ୍ୟ ପ୍ରଶାନ୍ତ ସାହୁ, ଜୟନ୍ତୀପୁର ସରପଞ୍ଚ ପ୍ରତିନିଧି ଇଶୁରୁ ବାଲକ୍ରିଣ୍ଣା ରେଡି, ସମିତି ସଭ୍ୟ ବାଲାଜୀ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
ମହିଳାଙ୍କ ବିଭିନ୍ନ ଅଧିକାର ଦାବିରେ ରାଷ୍ଟ୍ରୀୟ ମଜଦୂର୍ କଂଗ୍ରେସର ମହିଳା ଦିବସ ପାଳିତ
ମହିଳାମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ