ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ୨ ଦିନିଆ କାର୍ଯ୍ୟକାରିଣୀର ଆଜି ଦ୍ବିତୀୟ ତଥା ଅନ୍ତିମ ଦିନ । ପ୍ରଥମ ଦିନରେ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନ୍ତ୍ର ଦେଇଥିଲେ। ବିଜୟର ଶ୍ରେୟ ଦେଲେ, କିଛି ଟାସ୍କ ବି ଦେଲେ। ଶାସକ ଦଳରେ କର୍ମୀଙ୍କ ଭୂମିକା କଣ ରହିବ, ସେନେଇ ଦିଶା ବି ଦେଇଛନ୍ତି।
ରାଜ୍ୟରେ ୨୫ ବର୍ଷ କ୍ଷମତାରେ ରହିବାକୁ ପକାଇଛନ୍ତି ମୂଳଦୂଆ। ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ କାଉନସେଲିଂ କରିଛନ୍ତି ଅଧ୍ୟକ୍ଷ ନଡ୍ଡା । ପଦାଧିକାରୀ ବୈଠକରେ ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍ ଦେବା ସହ ଜନତା ଓ ସରକାର ଭିତରେ ସଂଗଠନ ସେତୁ ଭଳି କାମ କରିବ ବୋଲି କହିଥିଲେ।
ଏପଟେ ବିଜୟ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରୀୟ ନେତା ମାନଙ୍କ ନିର୍ବାଚନ ପରିଚାଳନା ପ୍ରତି କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିଜେପି ସଂକଳ୍ପପତ୍ରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି। ୧୦୦ ଦିନ ଭିତରେ ସବୁ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ହେବ। ଏଥିସହ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଙ୍ଗଠନ ମଜବୁତ କରିବା ପାଇଁ ସେ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ