• ଆପତ୍ତିଜନକ ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗିବା ଉଚିତ – ଅନିଲ କୁମାର
ବ୍ରହ୍ମପୁର, ୩୧/୧ (ଅଭିଜିତ କର): ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସୋନିଆ ଗାନ୍ଧୀ ଗୋ ବ୍ୟାକ ନାରା ଦେଇ ଶତାଧିକା ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ମାନ୍ୟବର ବିଧାୟକ ଶ୍ରୀ ଅନିଲ କୁମାର ମତ ପ୍ରକାଶ କରିଛନ୍ତି ଯେ, ଆଜି ସାଂସଦ ଭବନରେ ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ କଂଗ୍ରେସର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ବିବୃତ୍ତି ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ‘ପୁର୍ ଲେଡି’ କହି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ’ଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି । ରାଷ୍ଟ୍ରପତିଙ୍କୁ ଏପରି କହି ସେ ଏହି ପଦ ମର୍ଯ୍ୟାଦାର ଅବମାନନା କରିଛନ୍ତି, ଏବେ ବି ଗାନ୍ଧୀ ପରିବାର ସଦସ୍ୟଙ୍କ ମନରେ ଜନଜାତି ଓ ଭାରତୀୟ ମହିଳାଙ୍କ ପ୍ରତି ଥିବା ଘୃଣ୍ୟ ଚିନ୍ତା ଓ ମାନସିକତା ବସା ବାନ୍ଧି ରହିଛି । ଏହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ, ତାଙ୍କର ମନ୍ତବ୍ୟ କଂଗ୍ରେସର ସାମ୍ରାଜ୍ୟବାଦ ମାନସିକତା, ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଜଣେ ରାଷ୍ଟ୍ରପତିଙ୍କ ପ୍ରତି ଥିବା ଅସହାୟ ଭାବକୁ ପ୍ରକାଶ କରିଛି । କଂଗ୍ରେସ କେବଳ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ନୁହେଁ ବରଂ ଆମ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ମଧ୍ୟ ଅପମାନିତ କରିଛି । ଶ୍ରୀମତୀ ସୋନିଆ ଗାନ୍ଧୀ ଜଣେ ମହିଳାଙ୍କୁ ଅସମ୍ମାନିତ କରିବା ସହ ସମଗ୍ର ଓଡ଼ିଶାକୁ ମଧ୍ୟ ଅସମ୍ମାନିତ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଶ୍ରୀମତୀ ସୋନିଆ ଗାନ୍ଧୀ କ୍ଷମା ମାଗିବା ଉଚିତ ଏବଂ ଏହାକୁ ବିରୋଧ କରି ସାଂସଦ ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧୀ କଟୁ ମନ୍ତବ୍ୟ, ଦୁର୍ବ୍ୟବହାର, କରିଥିବାରୁ ଶୁକ୍ରବାର ସନ୍ଧ୍ୟରେ ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମକର୍ତ୍ତାଙ୍କ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ସହରର ବହୁ ବୁଦ୍ଧିଜୀବିଙ୍କ ଉପସ୍ଥିତିରେ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସୋନିଆ ଗାନ୍ଧୀ ଗୋ ବ୍ୟାକ ନାରା ଦେଇ ଶତାଧିକା ବିଜେପି କର୍ମୀ ବିକ୍ଷୋଭ କରାଯାଇଛି ବୋଲି କହିଥିଲେ । ଏହି ପ୍ରତିବାଦ ସଭାରେ ମହିଳା ମୋର୍ଚ୍ଚା ରାଜ୍ଯ ସମ୍ପାଦିକା ବବିତା ପାତ୍ର, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଲ, ପ୍ରଦୀପ ନାୟକ, ବଦ୍ରି ନାରାୟଣ ନାୟକ, ବିଷ୍ନୁ ସୁବୁଦ୍ଧି, ବନମାଳୀ ସେଠି, ଶରତ ପଟ୍ଟନାୟକ, କୁନାଲ ସାହୁ, ମନିତା ଦାସ ପ୍ରମୁଖଙ୍କ ସମେତ ଅନ୍ୟ ବହୁ କାର୍ଯ୍ୟକର୍ତ୍ତା ଗଣ ସାମିଲ ଥିଲେ ।
More Stories
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ