ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

Spread the love

ବ୍ରହ୍ମପୁର, ୨୭/୧ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ରବିବାର ପ୍ରାତଃ ସମୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନବ ନିର୍ବାଚିତ ଜିଲ୍ଲା ସଭାପତି ସରୋଜ ସାବତ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ୱ ବିଷୟରେ କହିଥିଲେ । ପତାକା ଉତ୍ତୋଳନ ପରେ ସ୍ଥାନୀୟ ସଭାଗୃହ ଠାରେ ବିଧାୟକଙ୍କ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ସାବତଙ୍କୁ ସମ୍ବର୍ଦ୍ଧନା ଏବଂ ଶୁଭେଚ୍ଛା ଦିଆଯାଇଥିଲା । ଏହି ସଭାରେ ରାଜ୍ୟ ପ୍ରବକ୍ତା ଟି ଗୋପି, ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ବବିତା ପାତ୍ର, ବରିଷ୍ଠ ବିଜେପି ନେତା ବିଷ୍ନୁ ସୁବୁଦ୍ଧି, ଶିବ ସାହାଣୀ, କୋର୍ପୋରେଟର ସବିତା ସାହୁ, ରାମ ମୁରାରୀ ତ୍ରିପାଠୀ, ରାମ ସାମଲ, ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବି, ଶରତ ପଟ୍ଟନାୟକ, ମଣ୍ଡଳ ସଭାପତି ଜଗନ୍ନାଥ ଜେନା, ମଣ୍ଡଳ ସଭାନେତ୍ରୀ ବର୍ଷା ବିଦୁସ୍ମିତା ଓ ରୀତା ସେଠି, ପ୍ରଦୀପ ମିଶ୍ର, ଲକ୍ଷ୍ମୀ ନାରାୟଣ ପାତ୍ର, ମଦନ ସାହୁ, ସଞ୍ଜୟ ଜେନା, ପ୍ରତାପ ସେଠି, ଭିକି ଆଚାରୀ, ଶିବ ଯାଦବ, ପତିତ ଗନ୍ତାୟତ, ଆଶିଷ ଦାସ, ବିନୋଦ ସିଂହ, ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!
Breaking News