ମୈଦଳପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୫୦ ଜଣ ଛାତ୍ରଛାତ୍ରୀ ପାଠ ଅଧ୍ୟୟନ କରୁଥିବାବେଳେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଜଣେ ପିଇଟି ଶିକ୍ଷକ ଏହି ବିଦ୍ୟାଳୟରେ ରହିଛନ୍ତି। ବିଦ୍ୟାଳୟରେ ଗଣିତ,ଇଂରାଜୀ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇଁ ପ୍ରଶ୍ନ ଉଠୁଛି। ବିଦ୍ୟାଳୟରେ ରୋଷେଇ ଘର ନାହିଁ। ରୋଷେଇ ଘର ଭଙ୍ଗା ଛାତ ଘରେ ଚାଲିଛି, ବର୍ଷା ହେଲେ ଛାତ ଉପରୁ ପାଣି ଝରୁଛି। କେତେ ବେଳେ କାହା ଉପରେ ଛାତ ପଡି ଅଘଟଣ ଘଟିଯାଇ ପାରେ ତାହା କହି ହେବ ନାହିଁ।
ସରକାର ବିଦ୍ୟାଳୟ ମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରଙ୍ଗ କରୁଛନ୍ତି ତ ଏହି ବିଦ୍ୟାଳୟ ପାଇଁ ପ୍ରଶାସନ କାହିଁକି ଅଣଦେଖା ବୋଲି ସାଧାରଣରେ ଆଲୋଚନା ହୋଇଛି। ବିଭାଗୀୟ ଅଧିକାରୀ ମାନେ ବିଦ୍ୟାଳୟ ପରିଦର୍ଶନ କରିବାକୁ ଆସନ୍ତି ହେଲେ ଏସବୁ ସମସ୍ୟାକୁ ଦୃଷ୍ଟି ନ ଦେବା ପରିତାପର ବିଷୟ ଅଟେ! ଏନେଇ ପାପଡ଼ାହାଣ୍ଡି ବିଇଓ କୁ ଯୋଗା ଯୋଗ ହେଲାରୁ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି!
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ