Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବିଶ୍ୱ ମହିଳା ଦିବସରେ ମହିଳା କ୍ରିକେଟ ଦଳର ବନ୍ଧୁତ୍ବପୂର୍ଣ୍ଣ ପ୍ରତିଯୋଗିତା

Spread the love

ବ୍ରହ୍ମପୁର, ୧/୩(ଅଭିଜିତ କର): ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ବ୍ରହ୍ମପୁର ଠାରେ ଗଞ୍ଜାମ ମହିଳା କ୍ରିକେଟ ସଂଘ ତରଫରୁ ଆଲଫା ସ୍ପୋର୍ଟିଙ୍ଗ କ୍ଲବ ସହଯୋଗରେ ଶନିବାର ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହିଳା ଦିବସ ଅବସରରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଗଞ୍ଜାମ ମହିଳା କ୍ରିକେଟ ଦଳ ୧୩ ରନରେ ବିଜୟୀ ଓ ପୁରୀ ଦଳ ରନରସ୍ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ସେହିପରି ୱମେନ ଅଫ ଦି ମ୍ୟାଚ୍ ଓ ଶ୍ରେଷ୍ଠ ବୋଲୋର ଭାବେ ସୋମି ମଜୁମଦାର ଓ ବେଷ୍ଟ ବ୍ୟାଟ୍ସସ ୱମେନ ଭାବେ ଅଭିଲିପସାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଘ ସଭାନେତ୍ରୀ ନିବେଦିତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣାମେଣ୍ଟରେ ଅତିଥି ରୂପେ ମହାନଗର ନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଉପଦେଷ୍ଟା ସୁଶାନ୍ତ କୁମାର ସାବତ, ବୈଦ୍ୟନାଥପୁର ଥାନା ଅଧିକାରୀ ସୁମିତ୍ରା ପରିଡ଼ା ଯୋଗ ଦେଇଥିବା ବେଳେ, ନାରୀନେତ୍ରୀ ଶ୍ୱେତା ପ୍ରଜ୍ଞା, ମିନା ଦାନସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଦେବହରି ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମହାନ ସଂଘ ସଭାପତି ସୁଶାନ୍ତ ସାବତ, ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତି ପ୍ରଭା ଦେବି, ଆଲଫା କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଜେଡ଼ି ଏମଡି ଆଶିଷ ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳୀ ଜୟଶ୍ରୀ ପାଣିଗ୍ରାହୀ, ଇନ୍ଦ୍ରାଣୀ ସାବତ, ଶର୍ମିଲା ସାହୁ, ପିନାକୀ ରୁଦ୍ର ପ୍ରଧାନ, ମଧୁସୂଦନ ସାହୁ, ସୁଶୀଳା ମଲିକ, ଶ୍ଵେତା ପ୍ରଜ୍ଞା ପଟନାୟକ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଦେବସ୍ମିତା ଜେନା, ପ୍ରଭାସିନୀ ପଣ୍ଡା, ଅସ୍ମିତା ମହାନ୍ତି, ସାଧନା ପାଢ଼ୀ, ଉଷାରାଣୀ ମହାପାତ୍ର, ପୁରୀ ଦଳର ମ୍ୟାନେଜର ରାଜଲକ୍ଷ୍ମୀ ଦାସ, ସୁନୀତା ମିଶ୍ର, ଅମର ନୃସିଂହ ପଟ୍ଟନାୟକ, ସଂଘ ସମ୍ପାଦିକା ପ୍ରିତିରାଣି ମହଲା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

error: Content is protected !!
Breaking News