Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବେ ସାହାରା ହୋଇ ଜୀବନ କାଟୁଛନ୍ତି ବିଧବା ରତ୍ନା ମାଝୀ ବେୱା

Spread the love


ଥୁଆମୂଲ ରାମପୁର ୨୭/୭
କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ କର୍ଲାପାଟ ଗ୍ରାମପଞ୍ଚାୟତ ର ସେମେଲପଦର ଗ୍ରାମର ରତ୍ନା ମାଝୀ ବେୱା ସ୍ଵାମୀ ସ୍ବର୍ଗତ ଵାୟା ମାଝୀ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ବାୟା ମାଝୀ ଗତ ବର୍ଷ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ମୃତ୍ୟୁ ପରେ ବିଧବା ରତ୍ନା ମାଝୀ ଙ୍କର ଘରେ କେହି ସାହା ଭରଷା ନଥିବାବେଳେ ତାଙ୍କର ଦୁଇ ଝିଅ ଛୁଆ ଅଛନ୍ତି ( ୧) ନିରୁପମା ମାଝୀ ୭ ବର୍ଷ ଓ (୨) ରାନୀ ମାଝୀ ୧ ବର୍ଷ ୬ମାସ ହେବ । ଘରେ କେବଳ ତାଙ୍କ ଶ୍ବଶୁର ଜଣେ ଅଛନ୍ତି ସେ ହେଲେ ଘାସିରାମ ମାଝୀ ବୟସ ୭୦ ରୁ ଅଧିକ ସେ ମଧ୍ୟ ଆଉ ଏକ ଅଲଗା କୁଡିଆ ଘରେ ଏକା ରହୁଛନ୍ତି ସେ କାମଧନ୍ଦା ବି କରିପାରୁ ନାହାନ୍ତି କି କାଠ ମଧ୍ୟ ଆଣି ପାରୁ ନାହାଁନ୍ତି । ବିଧବା ରତ୍ନା ମାଝୀ ବେୱା ଛୋଟୋ ଶିଶୁ କୁ ଧରି ଅନ୍ୟ ଆଡ଼େ କାମଧନ୍ଦା ଯାଇ ପାରୁ ନାହାଁନ୍ତି କି କୁଲି ମଜୁରୀ ମଧ୍ୟ ଯାଇ ନ ପାରି ବହୁତ କଷ୍ଟରେ ଦୁଇ ଝିଅ ଛୁଆ ଙ୍କୁ ଧରି ଚଲୁଛନ୍ତି। ଏପରି ପରିସ୍ଥିତିରେ ସରକାରୀ ସୁବିଧା କିଛିନାହିଁ କି ବିଧବା ଭତ୍ତା ପାଇବା ପାଇଁ ମଧ୍ୟ ଛୋଟୋ ଛୁଆ କୁ ଧରି ୟାକୁ ତାକୁ କାକୁତି ମିନତି କରି କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିଏ ମଧ୍ୟ ପାଇ ପାରୁ ନାହାଁନ୍ତି । ଯାହା ଫଳରେ ବହୁତ ଅସୁବିଧାରେ ଦିନ କାଟୁଛନ୍ତି ରତ୍ନା ମାଝୀ ବେୱା ।

error: Content is protected !!
Breaking News