ବୈଦିକ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ

Spread the love

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ର ବୈଦିକ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ ରବିବାର ଦିନ ଖୋଲ ମହାବୀର ଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସଭାପତି ଲଳିତ ମୋହନ ଦାସ ଙ୍କ ବିୟୋଗ ଯୋଗୁଁ ନୂତନ ସଭାପତି ତଥା କର୍ମ କର୍ତ୍ତା ଚୟନ କରାଯାଇଛି। ପ୍ରଥମେ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ସର୍ବ ସମ୍ମତି କ୍ରମେ ନୂତନ ସଭାପତି ଭାବେ ବିରଞ୍ଚି ନାରାୟଣ ମିଶ୍ର ଙ୍କୁ ଚୟନ କରାଯାଇଥିଲା। ଉପ ସଭାପତି ଭାବେ ପୂର୍ଣଚନ୍ଦ୍ର ମିଶ୍ର,ସମ୍ପାଦକ ରାସବିହାରୀ ମିଶ୍ର, କୋଷାଧକ୍ଷ ଭାବେ ଗଙ୍ଗାଧର ଦାସ ଓ ଉପଦେଷ୍ଟା ମଣ୍ଡଳୀ ରେ ନନ୍ଦ କିଶୋର ମିଶ୍ର,ଲଷ୍ମୀଧର ଦାସ, ବିଜୟ କୁମାର ମିଶ୍ର ଓ ବାଞ୍ଛାନିଧି ମିଶ୍ର ଙ୍କୁ ଚୟନ କରାଯାଇଥିଲା,

ଦଶପଲ୍ଲାରୁ ଚିତ ରଂଜନ ମିଶ୍ର

You may have missed

error: Content is protected !!
Breaking News