• ନେତ୍ରହୀନ ବୃଦ୍ଧା ଓ ଗୋରୁଙ୍କୁ ନୂଆ ଜୀବନ ଦେଲେ ଅଗ୍ନିଶମ ବିଭାଗ କର୍ମଚାରୀ
• ୨୫ରୁ ଉର୍ଦ୍ଧ୍ବ ସ୍ଥାନରୁ ଜଳ ନିଷ୍କାସନ, ୪୦ରୁ ଉର୍ଦ୍ଧ୍ବ ସ୍ଥାନରୁ ଗଛକାଟି ଉଦ୍ଧାର
ବ୍ରହ୍ମପୁର, ୨୨/୩(ମନ୍ଥନ-ଅଭିଜିତ କର): ସହରରେ ଭୟଙ୍କର ତାଣ୍ଡବ ରଚିଥିଲା କାଳବୈଶାଖୀ, ସକାଳ ୧୧ ଘଣ୍ଟା ଠାରୁ ଆରମ୍ଭ କରି ଅପରାହ୍ନ ୪ ପର୍ଯ୍ୟନ୍ତ ଖେଳିଥିବା ଏହି ତାଣ୍ଡବରେ ବ୍ରହ୍ମପୁର ମହାନଗର ନିଗମର ପ୍ରାୟ ସମସ୍ତ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା । ୧ ନମ୍ବର ୱାର୍ଡ ଠାରୁ ୪୨ ନମ୍ବର ୱାର୍ଡ ପର୍ଯ୍ୟନ୍ତ ସହରର ବହୁ ସ୍ଥାନରେ ବର୍ଷା ପାଣି ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହାନୀ ଘଟିଥିବା ବେଳେ, ବହୁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ ଏହିଭଳି ଘଟଣା ମାନ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ଘଟଣା ଗୁଡିକର ସୂଚନା ବା ଅବଗତ ହେବା ସଙ୍ଗେ ସଙ୍ଗେ ବର୍ଷା ଓ ପବନକୁ ଖାତିର ନକରି ବିଭିନ୍ନ ସ୍ଥାନରେ ପହଞ୍ଚି ବ୍ୟାପକ ଭାବରେ ପ୍ରଭାବିତ କରିଥିବା ବର୍ଷା ପାଣି ଏବଂ ଅନେକ ରାସ୍ତାରେ ଉପୁଡ଼ି ଯାଇଥିବା ଗଛରେ ଅବରୋଧ ହୋଇଥିଲା ସେଗୁଡିକୁ ଅଗ୍ନିଶମ ଏବଂ ଜରୁରୀକାଳୀନ କର୍ମଚାରୀ ମାନେ ଅଧିକ ଯନ୍ତ୍ରଣା ଓ ଚାପ ନେଇ ପରିସ୍ଥିତିକୁ ସାମ୍ନା କରି କୌଶଳକ୍ରମେ ଉଦ୍ଧାର କରିଥିଲେ । ଏହି ସମୟରେ ପ୍ରେମ ନଗର ଅଞ୍ଚଳରୁ ଲକ୍ଷ୍ମୀ ସାହୁ ନାମକ ଜଣେ ୫୦ ବର୍ଷୀୟ ଦୃଷ୍ଟିହୀନ ମହିଳା ବର୍ଷା ପାଣିରେ ଭାସି ଯାଇଥିବା ଖବର ପାଇବା ପରେ ତାଙ୍କୁ ତତକ୍ଷଣାତ୍ ଏଫ୍ ଏବଂ ଏସ୍ ପର୍ସନାଲ ଦ୍ୱାରା ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏହାସହ ଗୋଟିଏ ଗୋରୁକୁ ମଧ୍ୟ ପ୍ରବଳ ବର୍ଷା ହେତୁ ଡ୍ରେନ୍ ପାଣିରେ ଭାସି ଯାଇଥିବା ବେଳେ ଏଫ୍ ଏବଂ ଏସ୍ ପର୍ସନାଲ ଦ୍ୱାରା ଜୀବନ୍ତ ଉଦ୍ଧାର କରାଯାଇଥିଲା। ସେହିପରି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଦିନ ତମାମ ବ୍ରହ୍ମପୁରର ଅଗ୍ନିଶମ ଅଧିକାରୀ ଏସଆର ଶ୍ରୀ ବିଚିତ୍ରା କୁମାର ପଣ୍ଡାଙ୍କ ନେତୃତ୍ୱରେ ଏମକେସିଯି ମେଡିକାଲ କଲେଜ, ଲେଡିଜ୍ ହଷ୍ଟେଲ କମ୍ପ୍ଲେକ୍ସ, ଲେଡିଜ୍ ହଷ୍ଟେଲ -୨, ବରିଷ୍ଠ ଡାକ୍ତର ନିବାସ, ଗାନ୍ଧୀ ନାଗର ମୁଖ୍ୟ ରାସ୍ତା, ଗାନ୍ଧୀ ନାଗର ଜଳସେଚନ କାର୍ଯ୍ୟାଳୟ, ଗାନ୍ଧୀ ନାଗର ଆପାର୍ଟମେଣ୍ଟ ବେସମେଣ୍ଟ, ଗୋଷାଣୀନୂଆଗାଁ କେ.ସି ହାଇସ୍କୁଲ୍, ଗିରିଜା ଛକ ସ୍ଥିତ ମୟୂର ଟାୱାର ବେସମେଣ୍ଟ, କୋର୍ଟପେଟା ମେନ୍ ରୋଡ୍, ଜୟପ୍ରକାଶ ନାଗର ଆପାର୍ଟମେଣ୍ଟ ବେସମେଣ୍ଟ, ଅରବିନ୍ଦ ନଗର, ଧର୍ମ ନଗର, ଅଶୋକ ନଗର, ଗଜପତି ନଗର ଭଳି ବହୁ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ କରୁଥିଲେ । ଏହି ଉଦ୍ଧାର କାର୍ଯ୍ୟ ଗଠିତ ତେରଟି ଦଳ ଯଥା ବ୍ରହ୍ମପୁର ଏଫ୍ ଏସର ୩ଟି ଦଳ ସମେତ ଛତ୍ରପୁର, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, କନିଶି ଏଫ୍ ଏସରୁ ଅନ୍ୟ ସମସ୍ତ ଦଳ ହୋଇ ସମ୍ପୃକ୍ତ ୮୩ଜଣ କର୍ମଚାରୀ, ୧୨ଟି ପମ୍ପ, ୧୩ଟି ଯାନ ଦ୍ଵାରା ୪୦ଟି ସ୍ଥାନରୁ ପ୍ରାୟ ୧୧୦ଟି ଗଛ କାଟିବାର ସୂଚନା ଅଗ୍ନିଶମ ଅଧିକାରୀ ଏସଆର ଶ୍ରୀ ପଣ୍ଡା ଦେଇଛନ୍ତି । ଏହି ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସର୍କଲ ଅଧିକାରୀ ଶ୍ରୀ ପୂର୍ଣ୍ଣା ଚନ୍ଦ୍ର ମାରଣ୍ଡି, ଶ୍ରୀ ଠାକୁର ପ୍ରସାଦ ଦଲାଇ ଆସଷ୍ଟ ଅଗ୍ନିଶମ ଅଧିକାରୀ ଏଫ, ଶ୍ରୀ ଧନଞ୍ଜୟ ମଲ୍ଲିକ, ଆସଷ୍ଟ ଅଗ୍ନିଶମ ଅଧିକାରୀ ଛତ୍ରପୁର ଏଫ, ଶ୍ରୀ ସିସିର କାନ୍ତ ସିଂ, ଆସଷ୍ଟ ଅଗ୍ନିଶମ ଅଧିକାରୀ ଏସ ଏଫ୍ ଏଫ୍ ଏସ ଆର୍, ଶ୍ରୀ ସୁଜାନ୍ତ ରଂଜନ ମହାପାତ୍ର ଏମକେସିଯି ଷ୍ଟେସନ ଅଧିକାରୀ, ଶ୍ରୀ ଜଗଦୀଶ ପ୍ରସାଦ ଖୋରା, ରିଜର୍ଭ ଷ୍ଟେସନ ଅଧିକାରୀ-୨, ଏସଆର, ଶ୍ରୀ ଲୁକେଶ ମିନଜ, ରିଜର୍ଭ ଷ୍ଟେସନ ଅଧିକାରୀ -୧ ଏସଆର ବ୍ରହ୍ମପୁର, ଶ୍ରୀ ପ୍ରେମାନନ୍ଦ କିସାନ, ଷ୍ଟେସନ ଅଧିକାରୀ, ଅଗ୍ନି ନିରାକରଣ ୱିଙ୍ଗ, ଏସଆର ବ୍ରହ୍ମପୁର, ଶ୍ରୀ କୃଷ୍ଣ ଚନ୍ଦ୍ର ପାଢ଼ୀ ଷ୍ଟେସନ ଅଧିକାରୀ କନିଶି ଏଫ, ଶ୍ରୀ ଆଣ୍ଟରିଆମି ଖଣ୍ଡଗିରି, ଷ୍ଟେସନ ଅଧିକାରୀ କୁକୁଡ଼ାଖଣ୍ଡି ଏଫ, ଶ୍ରୀ ବିକାସ ଚନ୍ଦ୍ର ମୁଦୁଲି, ଷ୍ଟେସନ ଅଧିକାରୀ ଦିଗପହଣ୍ଡି ଏଫ୍ ପ୍ରମୁଖଙ୍କ ସମେତ ବହୁ ସହାୟକ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଏଫଓ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
More Stories
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ବିକଶିତ ଗାଁ, ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ସ୍ୱତନ୍ତ୍ର ସମିତି ବୈଠକ
ଇଣ୍ଡିଆନ୍ ବ୍ୟାଙ୍କ୍ ଏମ୍ପ୍ଲଇଜ୍ ୟୁନିୟନର ବାର୍ଷିକ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ