• ୧୫ଶହ ଟଙ୍କାର କ୍ରୟ ଉପରେ ବ୍ୟୁଟୀପାର୍ଲର ସର୍ଭିସ୍ ପ୍ରଦାନ ସ୍ବତନ୍ତ୍ର ଅଫର

ବ୍ରହ୍ମପୁର,୧୫/୬(ଅଭିଜିତ କର): ସ୍ଥାନୀୟ ଟାଟା ବେଞ୍ଜ ଛକ ସ୍ଥିତ ଆଇବି ସିଷ୍ଟମ ନିକଟରେ ରବିବାର ଗୋ କଲର୍ସର ଏକ ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋରର ଭବ୍ୟ ଉଦ୍ଘାଟନ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡକ୍ଟର ରାଜେନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଡକ୍ଟର ସୁଚିତ୍ରା ସାହୁ, ଯୁବ ଶିଳ୍ପପତି ପାର୍ଥୋ ପାଢ଼ୀ, ଆଡ଼ଭୋକେଟ୍ ତାପସ ପାଢ଼ୀ, ସମାଜସେବୀ ସରସ୍ୱତୀ ପାତ୍ର, ରଞ୍ଜନା ମିଶ୍ର, ଅନୁରାଗ ପଣ୍ଡା, ଗୌରୀ ପାତ୍ର ପ୍ରମୁଖ ଷ୍ଟୋର ମାଲିକ ଶ୍ରୀ ବାଳକୃଷ୍ଣ ସାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସଞ୍ଜୁକ୍ତା ସାହୁ ଏବଂ ତାଙ୍କ ବଡ଼ ଭାଇ ଓ ଭାଉଜଙ୍କ ଉପସ୍ଥିତିରେ ଠାକୁରଙ୍କ ଠାରେ ଶୁଭ ପୂଜାର୍ଚ୍ଚନା କରି ରିବନ୍ କାଟି ଷ୍ଟୋରର ଉଦ୍ଘାଟନ କରିଥିଲେ। ଏନେଇ ରଜ ସଂକ୍ରାନ୍ତିର ଶୁଭ ଅବସରରେ ମହିଳାଙ୍କ ପାଇଁ ବଟମ୍ ୱେୟାର ବ୍ରାଣ୍ଡକୁ ନେଇ ଉନ୍ମୋଚିତ ହୋଇଥିବା ଏହି ଷ୍ଟୋରର ଉତ୍ତରାଉତ୍ତାର କାମନା କରିବା ସହ ଉଭୟ ଶ୍ରୀଯୁକ୍ତ ଓ ଶ୍ରୀମତି ସାହୁଙ୍କୁ ଅତିଥି ମାନେ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟୋରର ମୁଖ୍ୟ ପରିଚାଳକ ଶ୍ରୀ ସାହୁ କହିଛନ୍ତି ଯେ, ବ୍ରହ୍ମପୁର ସହରର ମହିଳାଙ୍କ ଫ୍ୟାଶନକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡକୁ ବ୍ରହ୍ମପୁରରେ ପ୍ରତିଷ୍ଠିତ କରିଥିବା ସହ ମହିଳାଙ୍କ ବଟମ୍ ୱେୟାରର ବିସ୍ତୃତ ସଂଗ୍ରହ ପାଇଁ ପ୍ରାୟ ୪୫ଟି ଭିନ୍ନ ଷ୍ଟାଇଲ୍ରେ ୧୨୦ରୁ ଅଧିକ ରଙ୍ଗ, ଶେଡ୍ ଏବଂ ଟିଣ୍ଟ ରହିଛି। ଏହି ବ୍ରାଣ୍ଡ ଲେଗିଂସ୍, ହାରେମ୍ ପ୍ୟାଣ୍ଟ, ପଟିଆଲା, ପାଲାଜୋ, କୁଲୋଟ୍ସ, ପ୍ୟାଣ୍ଟ, ଟ୍ରାଉଜର୍ସ ଏବଂ ଜେଗିଂସ ସହ ଏଥନିକ୍ ୱେୟାର, ୱେଷ୍ଟର୍ନ ୱେୟାର, ଫ୍ୟୁଜନ୍ ୱେୟାର, ଆକ୍ଟିଭ୍ ୱେୟାର ଏବଂ ଡେନିମ୍ ଭଳି ବିଭିନ୍ନ କ୍ୟାଟେଗୋରୀ ଉପଲବ୍ଧ ରହିଛି। ଏହା ପ୍ରତ୍ୟେକ ମହିଳାଙ୍କୁ ସମସ୍ତ ଅବସର ପାଇଁ ଉପଯୁକ୍ତ ଫିଟ୍ ପ୍ରଦାନ କରେ, ତେବେ ରଜ ସଂକ୍ରାନ୍ତିର ଏହି ଶୁଭ ଅବସରରେ ନୂତନ ଷ୍ଟୋର ଉଦ୍ଘାଟନ କରି ଆମେ ଉତ୍ସାହିତ ବୋଲି ଷ୍ଟୋର ମାଲିକ ଶ୍ରୀ ବାଳକୃଷ୍ଣ ସାହୁ କହିଛନ୍ତି। ସେହିପରି ସୌନ୍ଦର୍ଯ୍ୟ ପ୍ରେମୀ ମହିଳା ମାନଙ୍କୁ ଏହି ବ୍ରାଣ୍ଡର ସଂଗ୍ରହ ବିଷୟରେ ଅବଗତ ହେବା ସହ ଷ୍ଟୋରର ପରିଦର୍ଶନ କରି ବଟମ୍ ୱେୟାର ସଂଗ୍ରହ ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି । ଏହାସହ ଶ୍ରୀମତୀ ସଂଯୁକ୍ତା ସାହୁ କହିଛନ୍ତି ଯେ, ୧୫ଶହ ଟଙ୍କାର କ୍ରୟ ଉପରେ ଅର୍ଚିଡ ବ୍ୟୁଟୀ ପାର୍ଲରରେ ମାଗଣାରେ କୁପନ୍ ଦ୍ଵାରା ସର୍ଭିସ୍ ପ୍ରଦାନ ପାଇଁ ସ୍ବତନ୍ତ୍ର ଅଫର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ବନ୍ଧୁ ବାନ୍ଧବଙ୍କ ସମେତ ସମ୍ପର୍କୀୟ ଓ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ହୋଇ ଶୁଭେଚ୍ଛା ଜଣାଇଥିବା ବେଳେ, ଷ୍ଟୋରର ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ।
More Stories
ବିଭୂତିଙ୍କ କ୍ୟାବିନେଟ୍ ମନ୍ତ୍ରୀ ପଦ ଖାଇଯିବେ କି … ସାଂସଦ ପ୍ରଦୀପ … ?
ତିନିଶହ ବର୍ଷର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ
19-6-2025