Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରତିଷ୍ଠା ଦିବସ ପାଳନ

Spread the love

ବ୍ରହ୍ମପୁର,୬/୪(ଅଭିଜିତ କର): ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ରବିବାର ପାଳନ କରାଯାଇଛି । ଏନେଇ ପ୍ରଥମେ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ସାଂସଦ ଓ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟୀୟ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ଦଳର ବରିଷ୍ଠ ସଦସ୍ୟ ମାନେ ଦଳ ଆଭିମୁଖ୍ୟ ଉପରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ଏହାପରେ ସ୍ଥାନୀୟ ରାମଲିଙ୍ଗେଶ୍ୱର ପାର୍କ ପରିସରରେ ନିକଟରେ ପ୍ରତିଷ୍ଠିତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପା ଦଳର ପୁରୁଖା ନେତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳ ପାଇଁ କରିଥିବା ତ୍ୟାଗ ବିଷୟରେ ସୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିବା ବେଳେ, ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଶରତ ପଟ୍ଟନାୟକ, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ, ପ୍ରଦୀପ ନାୟକ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ପାର୍ଥ ପାଢ଼ୀ, କୋମଳ କାନ୍ତ ମିଶ୍ର, ମନିତା ଦାସ, ପ୍ରକାଶ ନାଇଡ଼ୁ, ପ୍ରତାପ ସେଠି, ଭିକି ଆଚାରୀ, ଜଗନ୍ନାଥ ଜେନା, ସଞ୍ଜୟ ଜେନା, ଆନନ୍ଦ ମାହାଙ୍କୁଡ, ସୁନୀଲ ପଣ୍ଡା, ଅରୁଣ ନାଇଡ଼ୁ, ଶିବା ଯାଦବ, ବରୁନ ନାଇଡ଼ୁ, ପଦ୍ମ ନାୟକଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେହିପରି ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତେକ ମଣ୍ଡଳରେ ମଣ୍ଡଳ ସ୍ତରରେ ପାଳନ କରାଯାଇଥିଲା ।

error: Content is protected !!
Breaking News