ଗଣମାଧ୍ୟମ ଖବର ପ୍ରକାଶନକୁ ନାହିଁ ଭୃକ୍ଷେପ
ଦଶପଲ୍ଲା : ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କୁ ମାନୁ ନାହାନ୍ତି ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ। ଦଶପଲ୍ଲା ବ୍ଲକ ରେ ନୂତନ ଭାବେ ଗଠନ କରିଛନ୍ତି ଏକାଡେମୀକ ଏନରିଚମେଣ୍ଟ ସେଲ।ଏହି ସେଲକୁ ପରିବର୍ତନ କରିବା ପାଇଁ ଡ଼ି ଇ ଓ ଙ୍କ ନିର୍ଦେଶ ଥିଲେ ମଧ୍ୟ ଆଶ୍ଚର୍ଯ୍ୟ ର ବିଷୟ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ମାନୁନାହାନ୍ତି।ଏହାକୁ ନେଇ ଶିକ୍ଷା ବିଭାଗ ଅପବାଦ ମୁଣ୍ଡାଉଛି।
ଯେଉଁ ସି ଆର ସି ସି ୫ବର୍ଷ ଧରି କାର୍ଯ୍ୟ କରିଛନ୍ତି ସେମାନେ ଏହି କମିଟିରେ ସଦସ୍ୟ ରହିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ପତ୍ରରେ ଉଲ୍ଲେଖ କରାଯାଇଛି ହେଲେ କାହା ଇଙ୍ଗିତ ରେ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଏତେବଡ଼ ଭୁଲ କରି ପୂର୍ବତନ ଦୁଇ ସିଆରସିସି ଙ୍କୁ ଏହି କମିଟିରେ ସାମିଲ କରିଛନ୍ତି ତାହାକୁ ନେଇ ସବୁଠି ଚର୍ଚ୍ଚା ହେଉଅଛି। ଏପଟେ ଦୁଇ ସିଆରସିସି ଜୋରଦାର ସାଲିସ ଆରମ୍ଭ କରୁଛନ୍ତି କାରଣ ଏହି କମିଟିରୁ ନ ବାହାରିବା ପାଇଁ। ସେମାନେ ଠିକ କରିଛନ୍ତି ଆଉ ଛକ ଖଡ଼ି ଧରିବେନି, ବାବୁଙ୍କ ଫାଇଲ ଧରିବେ ଏବଂ ବାବୁଙ୍କ ଏସି ଗାଡ଼ିରେ ବୁଲିବେ।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର