ବ୍ରହ୍ମପୁର, ୨।୧ (ଅଭିଜିତ କର): ସ୍ଥାନୀୟ ସରକାରୀ ଇଞ୍ଜିନିୟରିଂ ସ୍କୁଲ ରୋଡ଼ ନିକଟସ୍ଥ ମଦର୍ସ ଗ୍ରେସ ପବ୍ଲିକ ସ୍କୁଲରେ ଶନିବାର ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବିଜ୍ଞାନ ମେଳାକୁ ନିମନ୍ତ୍ରିତ ଅତିଥି ଭାବେ ଇଟି ଇଆଇ ଅଧ୍ୟକ୍ଷ ଶ୍ରୀମତୀ ରଶ୍ମିତା କୁମାରୀ ପାଢ଼ୀ ଯୋଗଦାନ କରି ମେଳାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍କୁଲର ନର୍ସରୀ ଠାରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାୟ ୭୮ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏନେଇ ନିମନ୍ତ୍ରିତ ଅତିଥି ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ପରିଦର୍ଶନ କରିବା ସହ ପିଲାମାନଙ୍କୁ ବିଜ୍ଞାନ ବିଷୟ ଭିତ୍ତିକ ଜ୍ଞାନକୁ ସୁଦୃଢ ଏବଂ ଆଗକୁ ଆହୁରି ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଦର୍ସ ଗ୍ରେସ ପବ୍ଲିକ ସ୍କୁଲର ଚେୟାରମେନ ଶ୍ରୀ ଧର୍ମେନ୍ଦ୍ର ପାଢ଼ୀ, ସଚିବ ଶ୍ରୀମତୀ ଲିଲି ପାଢ଼ୀ, ପ୍ରିନ୍ସିପାଲ ରବୀନ୍ଦ୍ର ନାଥ ବେହେରା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରକଳ୍ପ ଇଞ୍ଚାର୍ଜ ମାନେ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ପିଲା ମାନଙ୍କ ମନବଳକୁ ବଢ଼ାଇବା ସହ ଉତ୍ସାହିତ କରିଥିବା ନେଇ ବିଦ୍ୟାଳୟର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।
More Stories
ଗ୍ରନ୍ଥାଗାରିକ ଦୀପକ ରଞ୍ଜନ ମିଶ୍ରଙ୍କ ବିୟୋଗରେ ଶୋକସଭା
ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ