* ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଅଞ୍ଚଳବାସୀଙ୍କ କୃତଜ୍ଞତା ଜ୍ଞାପନ
ବ୍ରହ୍ମପୁର, ୧୫/୬ (ଅଭିଜିତ କର): ମହାନଗର ନିଗମର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ମନ୍ଦିର ଓ ସାମୁଦାୟିକ ଉନ୍ନତି ପାଇଁ ବିଧାୟକ କେ ଅନିଲ କୁମାର ବିଧାୟକ ହାତ ପାଣ୍ଠିରୁ ଅର୍ଥ ଅନୁଦାନ ସହଯୋଗ କରିଛନ୍ତି । ଏନେଇ ରବିବାର ଅପରାହ୍ନରେ ବ୍ରହ୍ମପୁର ବିଧାୟକ ଓ ସାଂସଦଙ୍କ ଗାନ୍ଧୀ ନଗର ସ୍ଥିତ କାର୍ଯ୍ୟାଳୟରେ ୱାର୍ଡ ନମ୍ବର ୧୦ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କୁ ସାକ୍ଷାତ କରି ଅଞ୍ଚଳର ଥିବା ମନ୍ଦିର ଗୁଡିକର ପୁନରୁଦ୍ଧାର, ରକ୍ଷଣା ବେକ୍ଷଣ ତଥା ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ସେହିପରି ସୀତା ଡିମ୍ବରା ସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇ ଆଲୋଚନା କରିଥିଲେ। ଏହି ଅବସରରେ ପୁରୁଣା ବ୍ରହ୍ମପୁର ଛକ ସ୍ଥିତ ତ୍ରିନାଥ ମନ୍ଦିର, ଆଇନା ବନ୍ଧ ହୁଡା ସ୍ଥିତ ଚନ୍ଦ୍ର କଳପେଶ୍ୱେର ମନ୍ଦିର, ଆଇନା ବନ୍ଧ ସାହି ସ୍ଥିତ ମା କାଳୁଆ ମନ୍ଦିର ଏବଂ ସୀତା ଡିମ୍ବରା ସାହି ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ତହବିଲରୁ ୫,୦୦,୦୦୦, ବିଧାୟକ ନିଜସ୍ଵ ତହବିଲରୁ ୨୦,୦୦,୦୦୦, ସୀତା ଡିମ୍ବରା ସାହି କଲ୍ୟାଣ ମଣ୍ଡପ ପାଇଁ ୭,୦୦,୦୦୦ ଟଙ୍କା ଉକ୍ତ ସ୍ଥାନ ଗୁଡ଼ିକର ଉନ୍ନତି ପାଇଁ ମାନ୍ୟବର ବିଧାୟକ ଅନୁମୋଦିତ ଅର୍ଥ ସହାୟତା ଯୋଗାଇ ଦିଆଯାଇଥିବା ବିଧାୟକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ବିଧାୟକଙ୍କ ଏହି ଉଦ୍ୟମ ପାଇଁ ଅଞ୍ଚଳବାସୀ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
More Stories
ବିଭୂତିଙ୍କ କ୍ୟାବିନେଟ୍ ମନ୍ତ୍ରୀ ପଦ ଖାଇଯିବେ କି … ସାଂସଦ ପ୍ରଦୀପ … ?
ତିନିଶହ ବର୍ଷର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ
19-6-2025