Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମହାନ୍ ସଂଘର ମିଳିତରେ ମୋରାଜୀ ଦେଶାଇ ଜାତୀୟ ଯୋଗ ଶିବିର

Spread the love

ବ୍ରହ୍ମପୁର, ୫/୪(ଅଭିଜିତ କର): ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଶହେ ଦିନ ଶହେ ସହରରେ ଯୋଗ ପ୍ରୋଗ୍ରାମ ଆୟୋଜନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ମହାନ ସଙ୍ଘର ମିଳିତ ଆନୁକୂଲ୍ୟରେ ରାଲବ ସ୍ଥିତ ସଂକଳ୍ପ ସେକେଣ୍ଡରୀ ସ୍କୁଲ ଠାରେ ଶନିବାର ପୂର୍ବାହ୍ନରେ ୬ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ଯୋଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୁଶାନ୍ତ କୁମାର ସାବତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ଡ଼ କୁଳମଣି ଓଝା, ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ସଂକଳ୍ପ ବିଦ୍ୟାଳୟର ମୁଖ୍ୟ ଶ୍ରୀ ଇ. ତେଯେଶ୍ୱର ରାଓ, ନିର୍ଦ୍ଦେଶକ ଶ୍ରୀ ସାର୍ଥକ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ସାବତ ପ୍ରାରମ୍ଭିକ ବକ୍ତବ୍ୟରେ ମଣିଷ ଯୋଗ ମାଧ୍ୟମରେ ସୁସ୍ଥ ରହିବା ସହ, ମାନସିକ ଶାନ୍ତି ପାଇବା ସହ ସ୍ମରଣ ଶକ୍ତି ବୃଦ୍ଧି କରିପାରି ନିଜର ଭବିଷ୍ୟତ ଉଜ୍ବଳ କରିପାରେ । ଏଣୁ ଶିକ୍ଷାନୁଷ୍ଠାନରେ ନିୟମିତ ଯୋଗଭ୍ୟାସ କରାଯିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟଳୟରେ ମଧ୍ୟ କର୍ମଚାରୀଙ୍କ ନିମନ୍ତେ ଯୋଗଭ୍ୟାସ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସମାଜସେବୀ ଶ୍ରୀ ସାବତ ମତବ୍ୟକ୍ତ କରିଥିବା ସହ ମହାନ ସଙ୍ଘ ପକ୍ଷରୁ ଚଳିତ ବର୍ଷ ଯୋଗ ଉପରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଥିଲେ । ସେହିପରି ଉପସ୍ଥିତ ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିବା ସହ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ପୁରୀ ରାଧାକାନ୍ତ ମଠ ମହନ୍ତ ତଥା ବିଶିଷ୍ଟ ଯୋଗଗୁରୁ ସ୍ୱାମୀ କୃଷ୍ଣ ଗୋପାଳ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଓ ବର୍ତ୍ତମାନ ଯୁଗରେ ଏହା କେତେ ଆବଶ୍ୟକ ରହିଛି ତାହାରି ଉପରେ ଆଲୋକପାତ କରିବା ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ବିବେକାନନ୍ଦ ପ୍ରତିଷ୍ଠାନର ନୀଳକେଶ ବୋରଗୋହି, ଯୋଗ ଆଚର୍ଯ୍ୟ ଟି. ଅନିଲ କୁମାର, ଯୋଗ ଆଚାର୍ଯ୍ୟ ଗୋପାଳ କ୍ରିଷ୍ଣା ସାହୁ, ଯୋଗ ଆଚଯ୍ୟ ଟି. ରାଧାରାଣୀ ପାତ୍ର ପ୍ରଶିକ୍ଷଣରେ ସହଯୋଗ କରିଥିଲେ । ଏନେଇ ପୂର୍ବରୁ ଯୋଗ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପାଧ୍ୟକ୍ଷ ସତ୍ୟ ନାରୟଣ ସାହୁ, ଶିକ୍ଷୟତ୍ରୀ ପ୍ରିୟଙ୍କା ପାତ୍ର, ସଙ୍ଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, ତପନ ପଣ୍ଡା, ମନୋରଞ୍ଜନ ପାଢ଼ୀ, ଅଖିଳେଶ ଦାଶ, ଲିପିକା ଜେନା, ୱାଇ ବୋନଜି ରାଓ, ଗଗନ କୁମାର ପାତ୍ର, ଘନଶ୍ୟାମ ସେଠି, କେ.ପ୍ରଭା, ପି.ଲଷ୍ମୀ, ହରିକୃଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!
Breaking News