Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ

Spread the love

ନବ ଓଡ଼ିଶା ଗଠନରେ ବିନ୍ଧାଣୀ ଥିଲେ ପାରଳା ମହାରାଜା ; ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର, ୨୬/୪(ଅଭିଜିତ କର): ଗୋଳନ୍ଥରା ଚଟି ଛକ ସ୍ଥିତ ବନ୍ଦେ ମାତରମ୍ ଆଶ୍ରମରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୩ତମ ଜୟନ୍ତୀ ଅବସରରେ ଶନିବାର ଏକ ବୁଦ୍ଧିଜିବୀ ସମ୍ମିଳନୀ ଅୟୋଜିତ ହୋଇଥିଲା । ଏଥିରେ ରାଜ୍ଯ ଖଣି ଓ ଇସ୍ପାତ ଏବଂ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅଗ୍ରଦୂତ ଥିଲେ। ନବ ଓଡ଼ିଶା ଗଠନରେ ସେ ଥିଲେ ବିନ୍ଧାଣୀ, ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଦେଶର ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ଓଡ଼ିଶା ଗଠନ ହୋଇଥିଲା। ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ କ୍ଷମତା ମୋହ ତାଙ୍କୁ ଗ୍ରାସ କରି ନଥିଲା, ମାତ୍ର ୩୩ ବର୍ଷ ବୟସରେ ସେ ପତ୍ନୀହରା ହେବା ପରେ ମଧ୍ଯ ସାଂସାରିକ ଜୀବନ ତ୍ୟାଗ କରି ଓଡ଼ିଶାର ନବ ନିର୍ମାଣରେ ସମଗ୍ର ଜୀବନକୁ ସମର୍ପି ଦେଇଥିଲେ । ଏହାସହ ଗଜପତି ମହାରାଜାଙ୍କ ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ଦିଗରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଅଜିତ କୁମାର ସାହୁଙ୍କ ସଂଯୋଜନାରେ ଅୟୋଜିତ ଜୟନ୍ତୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋଫେସର ବିଷ୍ନୁ ଚରଣ ଚୌଧୁରୀ, ଡ.ଅନନ୍ତ ରାମ କର, ପ୍ର ପ୍ରଫୁଲ୍ଲ ମହାନ୍ତି,  ଗବେଷକ ଦଣ୍ଡପାଣି ମହାପାତ୍ର, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ଗଜପତି ମହାରାଜାଙ୍କ ସାଲିସ୍ ବିହୀନ ସଂଗ୍ରାମ,  ତ୍ୟାଗପୂତ ଜୀବନ ଓ ରାଷ୍ଟ୍ର ଭକ୍ତି ଉପରେ ବର୍ଣ୍ଣନା କରିଥିଲେ। ଏହି ଆଲୋଚନାରେ ପ୍ର ଭାଗବତ ପ୍ରସାଦ ପାତ୍ର, ପ୍ର ବିଦ୍ୟୁତ ପ୍ରଭା ସାହୁ, ଡ.ସୁରେନ୍ଦ୍ରନାଥ ପାଣିଗ୍ରାହୀ, ସାମ୍ବାଦିକ ପ୍ରମୋଦ ପଣ୍ଡା, ରବି ରଥ, ଡ. ବାୟାମନୁ ଚର୍ଚି, ଡ ଭଗବାନ ଗୌଡ, ଗଙ୍ଗାଧର ସତପଥୀ, ଶ୍ରୀରଙ୍ଗ ନାୟକ, ସଂସ୍କୃତ କଲେଜ ଅଧ୍ୟକ୍ଷ ମହନ୍ତ ହରିହର ଦାଶ ପ୍ରମୂଖ  ଅଂଶ ଗ୍ରହଣ କରିଥିଲେ। ଉକ୍ତ ଉତ୍ସବରେ ଶତାଧିକ ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି ଯୋଗ ଦେଇଥିବା ବେଳେ, କାର୍ଯ୍ୟକ୍ରମ ଶେଷରେ ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଧନ୍ୟବାଦ ଦେଇଥିଲେ।

error: Content is protected !!
Breaking News