Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ମହା ଆଡ଼ମ୍ବରରେ ନୂଆ ରୂପରେ ସାମ୍ନାକୁ ଆସିଲା ଦୈନିକ ଖବରକାଗଜ ମନ୍ଥନ

Spread the love

୩୦ ବର୍ଷ ପରେ ଡିଜିଟାଲ ପ୍ଲାଟଫର୍ମରେ ଆପଣଙ୍କ ଆଗରେ

ସାରା ଓଡ଼ିଶାରେ ଦୀର୍ଘ ୨୮ ବର୍ଷ ଧରି ଲୋକଙ୍କ ବିଶ୍ୱାସ ଓ ଭରଷା ବଜାୟ ରଖିଥିବା ଦୈନିକ ସମ୍ବାଦପତ୍ର ‘ମନ୍ଥନ’ର ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମନ୍ଥନ ର ମୁଖ୍ୟ ସମ୍ପାଦକ ତଥା ପୃଷ୍ଠପୋଷକ ଶ୍ରୀ ଶରତ ରାଉତଙ୍କ ତତ୍ତ୍ଵାବଧାନରେ ଏହି ଉନ୍ମୋଚନ ଉତ୍ସବରେ ସାରା ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭିନ୍ନ ସାମ୍ବାଦିକ ମାନେ ଯୋଗଦାନ କରି ଏହାକୁ ସଫଳ କରିଥିଲେ ।


ବର୍ତମାନ ସମୟରେ ୱେବ୍ ପୋର୍ଟାଲ ର ପ୍ରଭାବ ବୃଦ୍ଧି ପାଉଛି , ତେଣୁ ଏକ ଭରଷାଯୋଗ୍ୟ ଗଣମାଧ୍ୟମ ହିସାବରେ ଲୋକଙ୍କୁ ୨୮ ବର୍ଷ ସେବା ଦେବା ପରେ ଏବେ ଡିଜିଟାଲ ପ୍ଲାଟଫର୍ମ ରେ ପ୍ରବେଶ କରିବାକୁ ଯାଉଛି । ୧୪.୦୭.୨୦୨୪ ରିଖ ରବିବାର ସକାଳ ୧୦ ଘଟିକା ସମୟରେ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂପ୍ରତିକ ସମାଜରେ ଡିଜିଟାଲ ଗଣମାଧ୍ୟମର ଗୁରୁତ୍ଵ ଆରୋପ କରିଥିଲେ। ୨୮ ବର୍ଷ ଧରି ସାପ୍ତାହିକ ଓ ଦୀର୍ଘ ୧୫ ବର୍ଷ ଧରି ଦୈନିକ ଖବରକାଗଜ ହିସାବରେ ମନ୍ଥନ ତାର କର୍ତ୍ତବ୍ୟ ସଠିକ୍ ରୂପେ ସଂପାଦନ କରିବା ସହ ଗଣ ବା ଲୋକଙ୍କର ସଚ୍ଚା ମାଧ୍ୟମ ପାଲଟିଛି ।


ସମ୍ମାନିତ ଅତିଥି ଭାବରେ ଭୁବନେଶ୍ଵର ମେୟର ସୁଲୋଚନା ଦାସ ମନ୍ଥନ କୁ ଆଗାମୀ ନୂଆ ପୋର୍ଟାଲ ପାଇଁ ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକ ବୃତ୍ତି ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ତଥା ବିଧାୟକ ଅନନ୍ତ ନାରାୟଣ ଜେନା ମନ୍ଥନ କୁ ତାର ଆଗାମୀ ଦିନ ପାଇଁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଖରେ ଭରଷା ବଜାୟ ରଖିବାକୁ ଆଶା ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ,ଅଧ୍ୟାପକ ବିଶ୍ୱରଂଜନ ,ସମାଜସେବୀ ଦିପ୍ତିରେଖା ପଟ୍ଟନାୟକ , ସମାଜସେବୀ ବାପୁ ଓଝା, ସମାଜସେବୀ ରବି ମହାରଣା ,ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ,ବିଜେପି ନେତା କେଶବ ସ୍ଵାଇଁ ,ବରିଷ୍ଠ ସାମ୍ବାଦିକ କିଶୋର ମଙ୍ଗରାଜ ,ଦୂରଦର୍ଶନ ର ବରିଷ୍ଠ ସଂଚାଳକ ଦେବବ୍ରତ ଦାସ ,ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ରାଉତ , କବି କେଦାର ମିଶ୍ର ,ବିଜେଡ଼ି ନେତା ମାନସ ବସ୍ତିଆ ,ବରିଷ୍ଠ ଆଇନଜୀବି ସୁମନ୍ତ ସ୍ୱାଇଁ,ସ୍ତମ୍ଭକାର ରଙ୍ଗାଚରଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅଜିତ ରଥ ଯୋଗଦେଇ ନିଜର ମତ ରଖିଥିଲେ।


ଏହି କାର୍ଯ୍ୟକ୍ରମ କୁ ମନ୍ଥନ ୱେବ୍ ପୋର୍ଟାଲ ର ମୁଖ୍ୟ ସମ୍ପାଦକ ସତ୍ୟଜିତ ମହାପାତ୍ର ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟବାଦୀ ନାୟକ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସାମ୍ବାଦିକ , ଶୁଭେଚ୍ଛୁ ଓ ସ‌ହଯୋଗୀମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

error: Content is protected !!
Breaking News