Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ମହିଳାଙ୍କ ବିଭିନ୍ନ ଅଧିକାର ଦାବିରେ ରାଷ୍ଟ୍ରୀୟ ମଜଦୂର୍ କଂଗ୍ରେସର ମହିଳା ଦିବସ ପାଳିତ

Spread the love

ବ୍ରହ୍ମପୁର, ୧୧/୩ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ସଂସ୍କୃତି ଭବନରେ ମଙ୍ଗଳବାର ଅପରାହ୍ନରେ ରାଷ୍ଟ୍ରୀୟ ମଜଦୂର୍ କଂଗ୍ରେସ ଗଞ୍ଜାମ ଜିଲ୍ଲା ପକ୍ଷରୁ ମହିଳା ଦିବସ ପାଳିତ ହୋଇଛି। ଆଇଏନଟିୟୁସି ଗଞ୍ଜାମ ଜିଲ୍ଲା ସଭାପତି ଭୋକାଲୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହିଳା ଦିବସରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ଉପ ସଭାପତି ଡଃ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ଉପ ସଭାପତି ମଦନ ମୋହ‌ନ ଧଳ, ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ସାଧାରଣ ସମ୍ପାଦିକା ଏଲିଶ ମିଞ୍ଜ, ଉପ ସଭାନେତ୍ରୀ ସିଲି ସେଠି, ଆଶା ମିଞ୍ଜ, ବାସନ୍ତୀ ସାମଲ, ଅନିତା ସ୍ୱାଇଁ, ସମ୍ପାଦକ ଘନ କୁମାର ଶବର, ସୁପ୍ରଭା କୁମାରୀ ଦାସ, ସହ ସମ୍ପାଦିକା ସୁଚିତ୍ରା ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଶ୍ରୀ ସେଠୀ ଅଧ୍ୟକ୍ଷତା କରି ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ନାରୀ ନିର୍ଯ୍ୟାତନା ଉପରେ ଆଖି ବନ୍ଦ କରି ଦେଇଥିବା କହିଥିବା ବେଳେ, କେବଳ କାଗଜ କଲମରେ ସୁବିଧା ନୁହେଁ ବରଂ ବାସ୍ତବ କ୍ଷେତ୍ରରେ ମହିଳା ମାନଙ୍କ ଅଧିକାର ସେମାନଙ୍କୁ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ । ସେହିପରି ମହିଳା ଶ୍ରମିକ ମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବେଳେ, ସେମାନଙ୍କର କିଛି ମୂଳଭୂତ ଅଧିକାର ଅଛି, ଯାହା ଆଇନ ଦ୍ଵାରା ସୁରକ୍ଷିତ, ତାହା ହେଲା ସମାନ ଦରମା ଅଧିକାର, ପୁରୁଷମାନଙ୍କ ସହ ସମାନ କାମ କଲେ ମହିଳାମାନେ ସମାନ ଦରମା ପାଇବା ଉଚିତ । ସୁରକ୍ଷିତ କାର୍ଯ୍ୟସ୍ଥଳ, ମାତୃତ୍ୱ ଛୁଟି ଅଧିକାର, ମହିଳା ଶ୍ରମିକମାନେ ମାତୃତ୍ୱ କାରଣରେ ଛୁଟି ନେଇ ପାରିବେ, କାର୍ଯ୍ୟସ୍ଥଳରେ ଅନୁକୂଳ ପରିବେଶ, ମହିଳା ମାନଙ୍କୁ କ୍ଲିନିକ୍, ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଅନ୍ୟ ଅନୁକୂଳତା ପ୍ରଦାନ କରିବା ଦରକାର । ରାତିରେ କାମ କରିବା ଅଧିକାର, ଅନେକ ଶ୍ରମ ଆଇନ ଏବେ ମହିଳା ମାନଙ୍କୁ ରାତି ସିଫ୍ଟରେ କାମ କରିବା ଅନୁମତି ଦେଉଛି, କିନ୍ତୁ ସୁରକ୍ଷା ଉପାୟ ଦେବା ଅବଶ୍ୟକ। ଏହି ଅଧିକାର ଗୁଡ଼ିକ ମହିଳା ମାନଙ୍କ ଶ୍ରମ ସୁରକ୍ଷା ଏବଂ ସମାନତା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଆଲୋଚନା ହୋଇଥିଲା । ଏହି ମହିଳା ସମାବେଶ କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟି ଆବାହକ ଚିନ୍ମୟ କୁମାର ହୋତା, ଭାଗିରଥି ବେହେରା, ଇଜୁ ଅମିନ ଖାଁ, କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଜିଲ୍ଲାର ବହୁ ସଂଖ୍ୟାରେ ମହିଳା ମାନେ ସାମିଲ ହୋଇଥିବା ବେଳେ, ଶେଷରେ ଜିଲ୍ଲା ମହିଳା ସଭାନେତ୍ରୀ ଅଞ୍ଜନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!
Breaking News