Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ମହିଳାମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Spread the love

ବ୍ରହ୍ମପୁର, ୭/୩(ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ମହିଳାମୋର୍ଚ୍ଚା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଯୋଗଦାନ କରିଥିବା ବେଳେ, ମୁଖ୍ୟ ଅତିଥି ରୂପେ ସୁନାମଧନ୍ୟ ଡ଼ାକ୍ତର ସୁବର୍ଣ୍ଣା ଦେବି, ମୁଖ୍ୟବକ୍ତା ରୂପେ ରାଜ୍ୟ ସାଧାରଣ ସମ୍ପାଦିକା ମହିଳାମୋର୍ଚ୍ଚା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ କର୍ପୋରେଟର ସବିତା ସାହୁ, ସାବିତ୍ରୀ ନାୟକ, ବନିତା ସାହୁ, ଲୁହାଝର ସରପଞ୍ଚ କମଳା ରେଡି ପ୍ରମୁଖ ଯୋଗଦେଇ ଥିଲେ। ସଂଯୋଜିକା ରତ୍ନଗର୍ଭା ସରସ୍ଵତୀ ଦେବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ବିକଶିତ ଭାରତ “ତଥା “ସମୃଦ୍ଧ ଓଡିଶା” ରେ ମହିଳା ମାନଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସ୍ୱାବଲମ୍ବୀ ଓ ସାମାଜସେବୀ ମହିଳା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସହ ସଂଯୋଜିକା ମଧୁସ୍ମିତା ଠାକୁର, ମନିତା ଦାସ, ମମତା ରଣା, ନିବେଦିତା ପାଢୀ, ପ୍ରେମଶିଲା ନନ୍ଦ, ସୁଶିଲା ସାହୁ, ଲକ୍ଷ୍ମୀ, ସବିତା ସୁଆର, ରୀତା ସେଠି, ଭାଗ୍ୟପ୍ରଭା, ନମ୍ରଦା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ, ଜିଲ୍ଲା କୃଷକ ସାମାଜ ସଭାପତି ମହନ୍ତ ଚିନ୍ମୟାନନ୍ଦ, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

error: Content is protected !!
Breaking News