Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ

Spread the love

• ୫୦ରୁ ଉର୍ଦ୍ଧ୍ବ ମହିଳା ଓ ବୃଦ୍ଧା ଆହତ, ବହୁ ଭକ୍ତଙ୍କ ଅଳଙ୍କାର ହାନୀ

ବ୍ରହ୍ମପୁର,ବ୧୨/୪ (ଅଭିଜିତ କର): ଜମକି ଉଠୁଚି ବ୍ରହ୍ମପୁର ସହର, ଗହଳି ବଢ଼ାଉଛି ଗଞ୍ଜାମ ଜିଲ୍ଲା, ମାଁ ବୁଢୀ ସାଆନ୍ତାଣୀ ଠାକୁରାଣୀଙ୍କ ଆଗମନରେ ସମ୍ପୂର୍ଣ୍ଣ ଅଞ୍ଚଳ ପୁରା ଭକ୍ତିମୟ ହୋଇପଡିଛି । ଭଳିକି ଭଳି ମାନସିକ ବେଶଧାରୀଙ୍କ ସମେତ ବିଭିନ୍ନ ସାହି ଓ ଛକରେ ଦେଖିବାକୁ ମିଳୁଛି ଗଞ୍ଜାମର ସ୍ବତନ୍ତ୍ର ପରିଚୟ ବାଘ ବେଶ, ଯାହାକି ଏହି ଯାତ୍ରାର ବିଶେଷତ୍ବକୁ ଆହୁରି ଶହେ ଗୁଣା ବଢାଇଦେଉଛି । ବିଭିନ୍ନ ସାହିର କଳାକୁଞ୍ଜ ମାନ ନିର୍ମାଣ ପାଇଁ ଶୁଭ ଦିଆଯାଇଥିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ଲାଗିଛି। ସେହିପରି ପ୍ରତିଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ମାଁ ବୁଢୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଠାରୁ ସାହି ଠାରୁ ସାହିକୁ ଘଟ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭକ୍ତ ମାନଙ୍କ ମୁହଁରେ ଏକ ପ୍ରକାରର ବିତୃଷ୍ନା ଭାବ ରହିଥିବା ପରିଲକ୍ଷିତ ହୋଇଥିଲା। ତେବେ ପ୍ରକାଶ ଥାଉ କି, ଗତ ଶୁକ୍ରବାର ସନ୍ଧ୍ୟାରେ ମାଁ ବୁଢୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପ ଠାରୁ ବାହାରି ପ୍ରଥମେ ରାଜବାଟି ଯାଇ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ସାନ ବଜାର, ସାନ୍ତ୍ରାନି ସାହି, ଲାଲା ସାହି, ଭୂତ ସାହି, ନୂଆଁ ସାହି, ବନ୍ଧ ସାହି, କପିଳେଶ୍ୱର ପେଟା ସାହି, ବାଲାଜୀ ପେଟା ଗୌଡ ସାହି, କୁମ୍ଭାର ସାହି, କେଉଟ ସାହି ହୋଇ ଶେଷରେ ପୁଣି ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚି ପରିକ୍ରମା ସମ୍ପୂର୍ଣ୍ଣ କରିଥିଲେ । ମାଁ ଙ୍କ ଏହି ଘଟ ପରିକ୍ରମା ସମୟରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ଦାୟୀତ୍ୱରେ ଥିବା କିଛି ନିମ୍ନ ମାନସିକତାର ନିଦର୍ଶନ ରୂପେ ଅମାନବିକତା ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦେଖିବାକୁ ମିଳିଛି।

ଘଟ ପରିକ୍ରମା ସମୟରେ ଠାକୁରାଣୀଙ୍କୁ ହଳଦୀ ପାଣିରେ ଗୋଡ଼ ଧୋଇ ସାହିକୁ ସ୍ବାଗତ କରିବା ପ୍ରଥା ଓ ପରମ୍ପରା ରହିଥିବା ବେଳେ, ସମସ୍ତ ସାହିର ମହିଳା ଓ ବୃଦ୍ଧା ମହିଳା ମାନେ ମଧ୍ୟ ନିଜ ଭକ୍ତି ଆଗରେ ନିଜ ସ୍ବାସ୍ଥ୍ୟ ଓ ଶାରୀରିକ ବଳକୁ ହରାଇ ମାଁ ଙ୍କ ପାଦ ଧୋଇବାକୁ ଧାଡ଼ିରେ ରହି ଆସିଥିବା ବେଳେ, ସମ୍ପୃକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ନିଜ ପାରିବା ପଣିଆ ଦେଖେଇ ହେଇ ସମସ୍ତ ମହିଳା ମାନଙ୍କୁ ଗୋଡ଼ ଧୋଇବା ବେଳେ ଏମିତି ଝିକି ଫୋପାଡି ଦେଇଥିବା ଦେଖିବାକୁ ମିଳିଛି, ଯେମିତି କିଛି ଆଳୁ ଓ ପିଆଜ ବସ୍ତାକୁ ମଜଦୂର ମାନେ ଫୋପାଡନ୍ତୀ ସେହିଭଳି ଅମାନବିକତା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉକ୍ତ ସମସ୍ତ ସାହିର ସାହି ବାସିନ୍ଦା ମାନେ ପୁଲିସର ଏହି ଭଳି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ଯଦି ଏହିଭଳି କାର୍ଯ୍ୟକୁ ପୁଲିସ ସୁଧାର ନକରେ ଆଗାମୀ ଦିନରେ ଏହାରି ଦୃଢ଼ ପ୍ରତିବାଦ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରେ ଅଭିଯୋଗ କରିବେ ବୋଲି କିଛି ଆହତ ମହିଳା, ବୃଦ୍ଧା ଓ ତାଙ୍କ ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି। ତେବେ ସୁରକ୍ଷା ଓ ଆଇନ ଶୃଙ୍ଖଳା ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ଶୃଙ୍ଖଳିତ ରୂପେ କିଭଳି ପରିଚାଳିତ ହେବା ତାହାର ସଠିକ୍ ଉପାୟ ବାହାର ନକରି, ନିଜ ମାନବିକତାକୁ ସମ୍ପୂର୍ଣ୍ଣ ଭାବେ ହରାଇ ଏହିଭଳି ଘୃଣ୍ୟ ମାନସିକତାର ସହ କାର୍ଯ୍ୟ କାହିଁକି ଓ କେଉଁ ପରିସ୍ଥିତିରେ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଆଜିର ଏହି ପରିକ୍ରମା ସମୟରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମହିଳା ଆହତ ହୋଇଥିବା ବେଳେ, ବୃଦ୍ଧା ମହିଳା ମାନେ ଗୁରୁତର ସହ ଆହତ ହୋଇଛନ୍ତି । ଏମିତି ଏହି ଝିକା ଫୋପଡ଼ା ସମୟରେ ବହୁ ମହିଳା ମାନଙ୍କ ଅତି ମୂଲ୍ୟବାନ ଅଳଙ୍କାର ସାମଗ୍ରୀ ମଧ୍ୟ ହାନୀ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।

error: Content is protected !!
Breaking News