ବ୍ରହ୍ମପୁର, ୭/୪(ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ଆଜି ବ୍ରହ୍ମପୁର ବିଧାୟକଙ୍କ ଦ୍ଵାରା ୫ଟି ମାଗଣା ଦର୍ଶନ ସେବା ରଥ ଯାନର ଶୁଭ ଉଦ୍ଘାଟନ ହୋଇଛି। ଐତିହାସିକ ତଥା ବିଶ୍ୱ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ତରଫରୁ ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ମାଗଣାରେ ମାଁ ବୁଢୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ଉଦ୍ଦେଶ୍ୟରେ ୫ଟି ସେବାରଥ ବା ବ୍ୟାଟେରି ଚାଳିତ ଅଟୋର ବ୍ୟବସ୍ଥା କରାଯାଇଛି । ଉକ୍ତ ମାଗଣା ଦର୍ଶନ ସେବା ରଥ ଯାନ ଗୁଡ଼ିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଗହଣରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା । ସୂଚନା ଅନୁସାରେ ଉକ୍ତ ଗାଡି ସେବାର ସୁବିଧା ମହାନଗର ନିଗମ କାର୍ଯ୍ୟାଳୟ ନିକଟସ୍ଥ ସିଟି ହାଇସ୍କୁଲ ଖେଳ ପଡିଆ, ହରିଡାଖଣ୍ଡି ଅଞ୍ଚଳ ସ୍ଥିତ ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିର ଛକ, ଆସ୍କା ରୋଡ଼ କର୍ପୋରେସନ ରୋଡ଼ ଏବଂ ବିନାୟକ ଆଚାର୍ଯ୍ୟ ବାଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଛକ ସହ ସ୍ଥାନୀୟ ଗାନ୍ଧୀ ପାର୍କ ରୋଡ଼ ସ୍ଥିତ ରାମଲିଙ୍ଗେଶ୍ୱର ପାର୍କ ଛକ ଠାରେ ଏହି ସେବା ରଥର ଉପଲବ୍ଧ ହୋଇପାରିବ ବୋଲି ବିଧାୟକ ଶ୍ରୀ ଅନିଲ କୁମାର କହିଛନ୍ତି । ଏହାସହ ଆସନ୍ତା କାଲି ମଙ୍ଗଳବାର ଦିନ ବିଧାୟକଙ୍କ ପାଣ୍ଠିରୁ ତିନି ଗୋଟି ଥଣ୍ଡା ୱାଟର ଫିଲ୍ଟାର ଯଥା କ୍ରମେ ଦେଶୀ ବେହେରା ସାହି ଛକ, ଆଗା ସାହି ଛକ ଏବଂ ସାନ ବଜାର ଛକ ଠାରେ ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ କରକମଳରେ ସକାଳ ସମୟରେ ଶୁଭ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
More Stories
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା
ଓଡ଼ିଆ ପକ୍ଷ ପାଳନ, ଅଷ୍ଟମ ଦିନରେ ରକ୍ତଦାନ ଶିବିର
ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରତିଷ୍ଠା ଦିବସ ପାଳନ