ପାତ୍ରପୁର, ୨୧/୪(ସୁରେଶ କୁମାର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ କରିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଭିମପୁର ବିଦ୍ୟାଳୟରେ । ବଦଳିବାରେ ଲାଗିଛି ବିଦ୍ୟାଳୟର ରୂପରେଖ, ଏଥି ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜ ଦ୍ୟାନ ସାମନ୍ତରା ସୋମବାର ଭୀମପୁର ବିଦ୍ୟାଳୟକୁ ଗ୍ରସ୍ତ କରି ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତିବ। ବିଦ୍ୟାଳୟ ପରିସର ଓ ସଭାସ୍ଥଳ ପରିଦର୍ଶନ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ, ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ଓ ସୁସଂଗଠିତ ଭାବେ ଅନୁଷ୍ଠିତ କରିବା ପାଇଁ ମାନ୍ୟବର ଚିକିଟି ବିଧାୟକଙ୍କ ସହ ବହୁ ଗ୍ରାମବାସୀ, ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଏବଂ ଗ୍ରାମର ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ସହିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉତ୍ସବର ସମ୍ପୂର୍ଣ୍ଣ ଆୟୋଜନ, ସୁରକ୍ଷା ବ୍ୟବସ୍ଥା, ଅତିଥି ମାନଙ୍କ ସ୍ୱାଗତ ଓ ବିଭିନ୍ନ ଆବଶ୍ୟକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରିଥିଲେ ବିଧାୟକ। ମନରଞ୍ଜନଙ୍କ ସମିକ୍ଷା ବୈଠକରେ ଭୀମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେବଳ ଆମ ଅଞ୍ଚଳର ନୁହେଁ ବରଂ ଏହି ବିଦ୍ୟାଳୟ ସମଗ୍ର ଚିକିଟି ଓ ଓଡ଼ିଶାର ଗୌରବ ବୋଲି ମତ ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟ ଶତାବ୍ଦୀ ପୂର୍ଣ୍ଣ କରିବା ସହିତ, ଆମ ମାନ୍ୟତା, ଅଭିମାନ ଓ ଶିକ୍ଷା କ୍ଷେତ୍ରର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ । ମାନ୍ୟବର ବିଧାୟକ ଚିକିଟି ସମସ୍ତ ଅଞ୍ଚଳବାସୀଙ୍କୁ ଆହ୍ୱାନ କରିଛିନ୍ତି ଯେ ଆସନ୍ତୁ, ଏବଂ ଏହି ସୁବର୍ଣ୍ଣ ଅବସରକୁ ଆମେ ସମସ୍ତେ ଏକାଠି ହେଇ ଭବ୍ୟ ଓ ଐତିହାସିକ କାର୍ଯ୍ୟକ୍ରମର ରୂପ ଦେବା ବୋଲି କହିଥିଲେ।
More Stories
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା
ଓଡ଼ିଆ ପକ୍ଷ ପାଳନ, ଅଷ୍ଟମ ଦିନରେ ରକ୍ତଦାନ ଶିବିର
ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରତିଷ୍ଠା ଦିବସ ପାଳନ