ବାରିପଦା ର ଅଗ୍ରଣୀ ସେବା ଅନୁଷ୍ଠାନ “ପୋଲିସ ପବ୍ଲିକ ପ୍ରେସ” ଓ “ପି ପି ପି ଟ୍ରଷ୍ଟ” ପକ୍ଷରୁ ଆଗାମୀ ଅଗଷ୍ଟ 4 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ମେଗା ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ସଂଗଠନ ର ପ୍ରତିଷ୍ଠାତା ଡଃ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ବ ରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଡଃ ନିରୋଜ କୁମାର ପୋଥାଳ , ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଉଦୟ ନାଥ ଜେନା, ବସନ୍ତ କୁମାର ମହାପାତ୍ର, ଅସୀମ କୁମାର ଚକ୍ରବର୍ତ୍ତୀ, ସଞ୍ଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାନ ର ଉପକାରିତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ରକ୍ତଦାତା ଓ ସମାଜସେବୀ ମାନଙ୍କ ମଧ୍ୟ ରେ ସୁମିତା ଚୌବେ, ସସ୍ମିତା ମହାନ୍ତି, ଜୟସ୍ମିତା ମହାନ୍ତି, ଅମୃତା ରେଖା ରୟ, ବିଛିନି ବିନ୍ଧାଣି, ବିଷ୍ଣୁପ୍ରିୟା ଦାସ, ସବିତା ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ନିଜ ନିଜ ର ମତାମତ ରଖିଥିଲେ ।
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର