Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲାରେ 4 ଗିରଫ

Spread the love

ଵ୍ରହ୍ମପୁର : ସଦର ଥାନା ପୋଲିସ ଏକ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ଗୁଣ୍ଠବନ୍ଧର ରାଜେଶ ବିଷୋୟୀ ଓରଫ ସାଗର(୨୫) , ରାଜେଶ କୁମାର ଜେନା ଓରଫ ରକି(୨୬), ଶତ୍ରୁଘନ ଗୌଡ଼ ଓରଫ ରାଙ୍ଗା (୨୫) ଓ କାଂହୁଁ ବିଷୋୟୀ ଓରଫ ମାଛି(୨୪)। ପୋଲିସ ଗୋଟିଏ ଖଣ୍ଡା, ରକ୍ତଭିଜା କପଡା ଓ ଘଟଣା ସ୍ଥଳରୁ ହଳେ ଚପଲ ଜବତ କରିଛି। ସେମାନଙ୍କୁ ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାଧିକାରୀ ରାମ ସୁବ୍ରମନ୍ୟୁମ ପ୍ରଧାନ ସୂଚନା ଦେଇଛନ୍ତି।ଜାମିନ ନାମଞ୍ଜୁର ପରେ ୪ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାର ମାଷ୍ଟେର ମାଇଣ୍ଡ ଗୁଞ୍ଜନ ଜେନା ଫେରାର ଥିବା ପୋଲିସ କହିଛି। ଗତ ଜୁନ ମାସରେ ଗୁଞ୍ଜନ ଜେନାଙ୍କୁ ସଞ୍ଜୟ ଓ ତାଙ୍କ ଗୋଷ୍ଠିର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ବଡବ୍ଜ଼ାର ପୋଲିସ ସଂଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସଞ୍ଜୟ ତିନିଦିନ ତଳେ ଵ୍ରହ୍ମପୁର ମଣ୍ଡଳକାରାଗାରରୁ ଜାମିନରେ ମୁକୁଳିଥିଲେ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ରବିବାର ସଞ୍ଜୟ ଗାଁ’ମୁଣ୍ଡରେ ଠିଆ ହୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଗୁଞ୍ଜନ ଗୋଷ୍ଠିର ୫ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ତାଙ୍କ ସହ ଝଗଡା କରିଥିଲେ। ପରେ ସେମାନେ ସଞ୍ଜୟ ଙ୍କ ଉପରେ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଅଭିଯୋଗ ପରେ ପୋଲିସ 273/24 ରେ ଏକ ମାମଲା ରୁଜୁ କରି 4 ଅଭିଯୁକ୍ତଙ୍କୁ ଆଜି ବାନ୍ଧିଛି।

error: Content is protected !!
Breaking News