କୁକୁଡାଖଣ୍ଡି, ୧/୩(ମନ୍ଥନ): ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁବ ସାମ୍ବାଦିକ ଇ. ପୂର୍ଣ୍ଣଚନ୍ଦ୍ରଙ୍କ ୨୦ତମ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ତଥା ମଡେଲର ଶ୍ରୀ ଏସ୍. ଅଜିତ୍ ପାତ୍ର ଓ ପୂର୍ବତନ ସମିତି ସଭ୍ୟ ପି. ଶିବ ପ୍ରସାଦ ଦୋରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ତହସିଲଦାର ସପନ କୁମାର ସାହୁ, ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ଦୀପକ ମିଶ୍ର, ଦିଗପହଣ୍ଡି ଯୁବ ରାଜ ଶ୍ରୀଧର ଦେଓ, କୁକୁଡାଖଣ୍ଡି କଲେଜ ଅଧ୍ୟକ୍ଷ ବିଭୁ ପ୍ରସାଦ ପାତ୍ର, ୟୁଜିବି ବ୍ୟାଙ୍କ ଶାଖା ପରିଚାଳିକା ମନୀଷା ଜେନା, ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ପାଢ଼ୀଙ୍କ ସମେତ ଅନ୍ୟତମ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦଳେଇ, ସମାଜସେବୀ କେ. କୁନା ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ପ୍ରତିନିଧି ଅଦଳ ଭରତ, ଜିତେନ୍ଦ୍ର ମହାରଣା, ଏ. ରୋଶନ, ସରକାରୀ ପଲିଟେକନିକ୍ କଲେଜର ଅଧ୍ୟାପକ ଏ. ଗୁପ୍ତେଶ୍ୱର ପାତ୍ର, ସିଭିଲ୍ ବିଭାଗର ମୁଖ୍ୟ ଅଧ୍ୟାପକ ସନ୍ଦୀପ ମାରାଣ୍ଡି, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବ୍ଳକ୍ କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ ଶେଖର ପାଢ଼ୀ, ସିଏଚ ମନୋଜ ପାତ୍ର, ନାଗେଶ୍ଵର ପାତ୍ର, ରାଜେଶ ସାହୁ, ଇ ରଞ୍ଜନ, ପି. କୃଷ୍ଣମୂର୍ତ୍ତି, ଜି. ରବିନ୍, ବିଭୁ ନନ୍ଦନ ପଣ୍ଡା, ବ୍ରହ୍ମପୁର ସାମ୍ବାଦିକ ପିଣ୍ଟୁ ବେହେରା, ଅଦଳ ଜଗନ୍ନାଥ, ରାଜେଶ ସେଠୀ, ଆଶୁତୋଷ ଦଳେଇ, ପ୍ରୀୟାଂସୁ ବେହେରା, ଦୀପକ ଦାସ, ଏନ୍ ପ୍ରଦୀପ, ହରି ମହାରଣା, ସୁନୀଲ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଉପସ୍ଥିତିରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା ।
More Stories
ସମାଜସେବୀ ଶଙ୍କର୍ଷଣଙ୍କ ମାତାଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମ
ଶିଖପାଲ୍ଲୀ ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଟିତ
କର୍କଟ ମୁକ୍ତ ଭାରତ ଗଠନ କରିବା ପାଇଁ କ୍ରାନ୍ତିର ଆହ୍ବାନ