ପଡିଆ : ପଡିଆ ବ୍ଲକ କୁଞ୍ଚନପଲ୍ଲୀ ଗ୍ରାମରେ ରହିଥିବା ସୌର ଶକ୍ତିରେ ପରିଚାଳିତ ଜଳ ଯୋଗାଣ ପ୍ରକଳ୍ପ ଓ ଗ୍ରାମକୁ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ ନଷ୍ଟ ହୋଇ ଯାଇଥିବାରୁ ସମ୍ପୂର୍ଣ୍ଣ ଗ୍ରାମକୁ ଜଳ ଯୋଗାଣ ବନ୍ଦ ହୋଇ ରହିଛି। ଗତ ବର୍ଷ ଠାରୁ କୁଞ୍ଚନପଲ୍ଲୀ ଗ୍ରାମର ଏହି ଜଳ ଯୋଗାଣ ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ଗୁଡିକ ନଷ୍ଟ ହୋଇଯାଇଥିବାରୁ ପୁରା ଗ୍ରାମକୁ ଜଳ ଯୋଗାଣ ବନ୍ଦ ହୋଇ ରହିଛି। ସୂଚନା ମୁତାବକ ଅନୂସୁଚିତ ଜାତି ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ପ୍ଲସ୍ ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷରେ କୁଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ୩ ଲକ୍ଷ ୩୬ ହଜାର ୩୯୭ ବ୍ୟୟରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣର ମାତ୍ର ଦିନ କେଇଟା ପରେ ସେଠାରେ ଲଗା ଯାଇଥିବା ପାଣି ଟାଙ୍କି ଭାଙ୍ଗି କଣା ହୋଇ ଯାଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ବିଛା ଯାଇଥିବା ପାଇପ ଗୁଡିକ ନଷ୍ଟ ହୋଇଯାଇଥିଲା। ଯାହାଫଳରେ ଗ୍ରାମକୁ ଜଳ ଯୋଗାଣ ବନ୍ଦ ହୋଇ ରହିଥିବା ବେଳେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ କୁଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ଶହେରୁ ଅଧିକ ପରିବାର ସହ ପାଖାପାଖି ଚାରିଶହ ଲୋକ ବସବାସ କରନ୍ତି।
ଗ୍ରାମରେ ପ୍ରାୟ ୫ ଟି ନଳକୂପ ରହିଥିବା ବେଳେ ସେଥିମଧ୍ୟରୁ ୩ ଟି ନଳକୂପ ଅଚଳ ହୋଇ ପଡିଛି ଯାହାଫଳରେ ଗ୍ରାମବାସୀ ପାଣି ପାଇଁ ଗ୍ରାମ ନିକଟସ୍ଥ ନାଳ ଓ ପୋଖରି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ ଗ୍ରାମରେ ରହିଥିବା ସୌର ଶକ୍ତିରେ ପରିଚାଳିତ ଜଳ ଯୋଗାଣ ପ୍ରକଳ୍ପର, ଅଚଳାବସ୍ଥାରେ ରହିଥିବା ନଳକୂପର ମରାମତି ସହ ଗ୍ରାମରେ ନୂତନ ପାଇପ ବିଛାଇ ଜଳ ଯୋଗାଇ ଦେବା ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଗ୍ରାମର ସୋମନାଥ ମାଡକାମି, ଗଙ୍ଗା ମାଡକାମି, ଦେବା ମାଡକାମି ଓ ଦେବା ମାଡକାମି ସମେତ ଗ୍ରାମବାସୀ ଦାବୀ କରିଛନ୍ତି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025