ଲଗାଣ ବର୍ଷାରେ ବେହାଲ ମାଲକାନଗିରି
ଲଘୁଚାପ ବର୍ଷାରେ ଉବୁଟୁବୁ ପୁରା ମାଲକାନଗିରି। ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଯୋଗାଯୋଗ ଠପ୍ ହୋଇଯାଇଛି। କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଚାଲିଛି ୭ରୁ ୮ ଫୁଟ୍ ପାଣି। ଫଳରେ ମାଲକାନଗିରି-କାଲିମେଳା ବାଟ ବନ୍ଦ। ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ବି ବର୍ଷା ପାଣି ସୁଅ କାଟୁଛି। ଆନ୍ଧ୍ର-ତେଲେଙ୍ଗାନା ରାସ୍ତାରେ ବି ସମ୍ଭବ ହୋଇପାରିନି ଗାଡ଼ି ଚଳାଚଳ। ସେପଟେ ସିରିପେଟାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବର୍ଷା ବିତ୍ପାତରେ ହନ୍ତସନ୍ତ ହେଉଛନ୍ତି ସହର ବାସିନ୍ଦା। ଏସବିଆଇ କଲୋନୀ ଓ ବାଲିସାଗର ତଳିଆ ଅଂଚଳରେ ପାଣି ପଶିବାରୁ ଜଳବନ୍ଦୀ ୩୦ରୁ ଅଧିକ ପରିବାର। ଆଗକୁ ଆହୁରି ବର୍ଷା ଥିବାରୁ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ
ବିଶ୍ୱ ନିକେତନରେ ଆନ୍ତର୍ଜାତିକ ଜରା ଦିବସ ପାଳିତ