ରିୟାଙ୍କ ଅଡୁଆ

Spread the love

କଟକ: ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ହୋଇଥିବା ମାମଲା ଏବେ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାରେ ଥିବା ମାମଲା ଏବେ କଟକର ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା।

ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ପୀଡ଼ିତା ବର୍ଷା ବେହେରା ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ଦାଏର କରିଥିଲେ। ଦେଢ଼ବର୍ଷ ଧରି କାମ କରାଇବା ପରେ ବର୍ଷାଙ୍କୁ ରିୟା ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

error: Content is protected !!