Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଲଗାଣ ବର୍ଷାରେ ଜୟପୁର,ଜନ ଜୀବନ ଅସ୍ତବ୍ୟସ୍ତ

Spread the love


ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ୨ ଦିନ ହେବ ଜୟପୁର ରେ  ଲଗାଣ ବର୍ଷା । ଫଳରେ ସହରର  ତଳିଆ ଅଞ୍ଚଳ ସମେତ ଏନକେଟି ରୋଡ, ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣି ପ୍ରବାହିତ ହେଉଛି । ଅନେକ ଘରେ ପାଣି ପଶିଛି । ଗତ ୨୪ ଘଣ୍ଟା ଭିତରେ ୩୬.୪ ମମି ବର୍ଷା ରେକର୍ଡ କରାଯାଇଛି ।   ଲଗାଣ ବର୍ଷାର ପ୍ରଭାବରେ  ସହରର ଜେଇଏଲସି ସ୍ମାର୍ଟ ସ୍କୁଲର ପାଚେରି ଭାଙ୍ଗି  କ୍ଲାସ ରୁମ, ସ୍ମାର୍ଟ କ୍ଲାସ, ଲାଇବ୍ୟାରି,  ସାଇନ୍ସ ଲ୍ୟାବରେ ପାଣି ପଶିଛି । ଫଳରେ ବାଧ୍ୟ ହୋଇ ସ୍ଲୁଲ ଛୁଟି ଘୋଷଣା କରିଛନ୍ତି କତ୍ତୃପକ୍ଷ । ସ୍ଲୁଲ ପାଚେରି ମଧ୍ୟ ଭୁଷୁଡି ପଡିଛି କିନ୍ତୁ ଅଳ୍ପକେ ବତ୍ତି ଯାଇଛନ୍ତି ଛାତ୍ର ଛାତ୍ରୀ ।  ବିଦ୍ୟାଳୟ ପଛପଟେ ପାହାଡ ରହିଛି ଡ୍ରେନଜ ବ୍ୟବସ୍ଥା ନଥିବାରୁ ପାଚେରୀ ଭାଙ୍ଗି କ୍ଲାସ ରୁମରେ ପାଣି ପସିଥିବା କହିଛନ୍ତି ପୌର ନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ । ଲଗାଣ ବର୍ଷାରେ  ଗତ ୨ ଦିନରେ ଜାମୁଣ୍ଡା, ଭଟ୍ଟାଛିଞ୍ଚି, ଚାରଗାଁ, ବାଲି ପୁଜାରିପୁଟ, ଜୟପୁର, ମକାପୁଟ, ଦୁତିଗୁଡା, ଖଇରମୁଣ୍ଡି ଗ୍ରାମରେ ୧୧ଟି ଘର ଭାଙ୍ଗିଥିବା ଜୟପୁର  ତହସିଲ କାଯ୍ୟାଳୟ ତରଫରୁ ସୁଚନା ଦିଆଯାଇଛି ।  ସହରରେ ଅନେକ ଅଞ୍ଚଳରେ ଜଳ ମଗ୍ନ ହୋଇଛି । ସହରର ଖ୍ରୀଷ୍ଟିଆନପେଟାରେ ମଧ୍ୟ ଘରେ ଘରେ ବର୍ଷା ପଶିଥିବା ଜଣାଯାଇଛି । ଦୈନିକ ବଜାରରେ ଲଗାଣ ବର୍ଷା ଯୋଗୁଁ ଆଣ୍ଠୁଏ ପାଣି  ଫଳରେ ଗ୍ରାହକା ଓ ବ୍ୟବସାୟୀ ହନ୍ତସନ୍ତ ହୋଇଥିବା ଲକ୍ଷ୍ୟ କରାଯାଇଛି । ପ୍ରବଳ ବର୍ଷା, ଥଣ୍ଡା, ଯୋଗୁଁ ଅଧିକାଂଶ ଲୋକଙ୍କୁ ଥଣ୍ଡା ଜ୍ୱର ହୋଇଥିବା ଲକ୍ଷ୍ୟ  କରାଯାଇଛି । ସହରର ଅଧିକାଂସ ସ୍ଲୁଲରେ ପାଣି ଗୁଳୁ ଥିବାରୁ  ଗୋଟିଏ ଗୋଟିଏ ରୁମରେ ୩ଟି ୪ଟି କ୍ଲାସ  ଛାତ୍ର ଛାତ୍ରୀ ବସୁଥିବା ବେଳେ ଜିଲା ପ୍ରଶାସନ ଛୁଟି ମଧ୍ୟ ଘୋଷଣା କରୁ ନଥିବାରୁ ଅଶ୍ଛଯ୍ୟ  ସୃଷ୍ଟି କରିଛି ।

error: Content is protected !!
Breaking News