ଲଘୁଚାପ ଜନିତ ବର୍ଷା ଓ ପବନରେ ଭୂଷଡ଼ି ପଡିଲା ଘର,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଟି ପରିବାର ଲୋକେ। ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପୋଟେସ ଗ୍ରାମର ବଳଭଦ୍ର ସୁନାନୀ ଓ ଗୀତାଞ୍ଜଳି ସୁନାନୀ ଙ୍କ ପରିବାର ର ୮ ଜଣ ଲୋକ ଶୋଇଥିବା ବେଳେ ଜୁଲାଇ ୨୭ ତାରିଖ ଶୁକ୍ରବାର ରାତ୍ର ପ୍ରାୟ ୩ ଘଣ୍ଟା ସମୟରେ ପବନ ଓ ବର୍ଷା ହେବା ଫଳରେ ଘର ଭୁଶୁଡି ପଡ଼ିଥିବାରୁ ପରିବାର ବ୍ୟବହାର କରୁଥିବା ଅନେକ ସାମଗ୍ରୀ ନଷ୍ଟ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଗୋଟି ପରିବାର। ସେହି ଭଙ୍ଗା ଘରରେ ପରିବାରର ୮ ଜଣ ଲୋକ ରାତିସାରା ବର୍ଷା ପାଣିରେ ଭିଜି ରହିଥିବା ସହ ଘରର ନିତ୍ୟ ବ୍ୟବହାର ଜିନିଷ ଗୁଡିକ ଭିଜି ନଷ୍ଟ ହୋଇଯାଇଛି। ଏବେ ରହିବେ କେଉଁଠି ଓ ଖାଇବେ କଣ ଏହି ଚିନ୍ତାରେ ପରିବାର ସମସ୍ତେ।ବଳଭଦ୍ର ଜଣେ ନିରୀହ ଗରିବ ଶ୍ରେଣୀର ଲୋକ। ଗତବର୍ଷ ୨୦୨୩ ମେ ମାସ ୨୬ ତାରିଖରେ କାଳବୈଶାଖୀ ରେ ଗୋଟିଏ କୋଠରୀ ର ଅଜବେଷ୍ଟ୍ ଉଡ଼ିଯାଇଥିଲ। ପ୍ରଶାସନ ତରଫରୁ ମାତ୍ର ପଲିଥିନ୍ ଗୋଟିଏ ଦେଇଥିଲେ। ବିଚରା ବଳଭଦ୍ର ନିତାନ୍ତ ଗରିବ ହେତୁ ଆର୍ଥିକ ଅଭାବରୁ ଭଙ୍ଗା ଘରକୁ ମଧ୍ୟ ସଜାଡ଼ି ପାରିନଥିଲା। ସେହି ଭଙ୍ଗା ଘରରେ ବଳଭଦ୍ରର ୩ ପରିବାର ଓ ତାର ପୁଅର ୫ ପରିବାର ରହି ଆସୁଥିଲେ। ବଳଭଦ୍ରର ପୁଅ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ତାଙ୍କ ବହୁ ଗୀତାଞ୍ଜଳି ସୁନାନୀ ଛୋଟ ଛୋଟ ୩ ପୁଅକୁ ଧରି ରହୁଛନ୍ତି। ହେଲେ ଦୀର୍ଘ ୧୫ ଦିନରୁ ଅଧିକ ଦିନ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷାରେ ଘର ଭୂଷଡ଼ି ଯିବାରୁ ୨ ଗୋଟି ପରିବାର ବେସାହାରା ହୋଇ ପଡିଛନ୍ତି। ଏବେ କେଉଁଠି ୨ ପରିବାରର ୮ ଜଣ କୁ ନେଇ ରହିବେ ତାହା ନେଇ ଚିନ୍ତା କରୁଛନ୍ତି ବଳଭଦ୍ର। ବର୍ତ୍ତମାନ ବଳଭଦ୍ର ଭଙ୍ଗାଘର କୁ ସଜାଡିବା ପାଇଁ ସେ ଅସକ୍ଷମ। ତେଣୁ ତାଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ସହ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ପାଖରେ ଗୁହାରି କରୁଛନ୍ତି। ଘର ଭୂଷଡ଼ି ଯିବା ଖବର ପାଇ କଲମପୁର ବିଜେପି ମଣ୍ଡଳ ସଭାପତି କମଲ ବାଗ, ଦେପୁର ଗ୍ରାମ ପଞ୍ଚାୟତ ବିଜେପି ଶକ୍ତି କେନ୍ଦ୍ର ପ୍ରମୁଖ ସୁଧୀର ରଞ୍ଜନ ବାଗ, ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ବିଜେପି ଶକ୍ତି କେନ୍ଦ୍ର ପ୍ରମୁଖ କୃଷ୍ଣ ବାଗ,କଲମପୁର ବିଜେପି ମଣ୍ଡଳ ମହିଳା ସଭାନେତ୍ରୀ ସାବିତ୍ରୀ ନାଗ ଓ ବରିଷ୍ଠ ବିଜେପି କର୍ମୀ ସୁଶିଲ ପତି ପ୍ରମୁଖ ବଳଭଦ୍ରର ପରିବାରଙ୍କୁ ଶନିବାର ସକାଳେ ସାକ୍ଷାତ କରି ପଲିଥିନ ଗୋଟିଏ ଦେବା ସହିତ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନ ସହିତ ଯୋଗାଯୋଗ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025