ଦଶପଲ୍ଲା,୨/୨(ଚିତ୍ତ ରଞ୍ଜନ ମିଶ୍ର): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ଲଷ୍ମୀ ମନ୍ଦିରର ପ୍ରତିଷ୍ଠା ତଥା ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହୋଇଛି। ବହୁ ପୁରାତନ ଯୁଗରୁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରହିଥିବା ବେଳେ, ମାତ୍ର ମନ୍ଦିର ନିକଟରେ ମା ଲଷ୍ମୀ ଙ୍କ ମନ୍ଦିର ଟିଏ ପାଇଁ ପ୍ରଚେଷ୍ଟା ଚାଲିଥିଲା। ତେବେ ଅନେକ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟି ନୂତନ ଭାବେ ମା ଲଷ୍ମୀ ଙ୍କ ମନ୍ଦିର ଗଢି ଉଠିବା ସହିତ ମନ୍ଦିରର ରତ୍ନମୁଦ କାର୍ଯ୍ୟ ସମାପନ ହୋଇସାରିବା ପରେ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗୁରୁବାର ଦିନ ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ କଳସ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିଲା। ଶୁକ୍ରବାର ଓ ଶନିବାର ଦିନ ସୂର୍ଯ୍ୟପୂଜାରୁ ଆରମ୍ଭ କରାଯାଇ ଯଂଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁକ୍ରବାର ଓ ଶନିବାର ଦିନ ସନ୍ଧ୍ୟାରେ ବିଶିଷ୍ଟ ପ୍ରବଚକ ଶ୍ରୀପାଦ ତୋଷଣ ମାଧବ ଦାସଙ୍କ ଦ୍ୱାରା ପ୍ରବଚନ ଦିଆଯାଇଥିଲା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ସହ ରବିବାର ଦିନ ମା ଲଷ୍ମୀଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି କରାଯାଇଥିଲା। ଗ୍ରାମର ହଜାର ହଜାର ମହିଳା ପୁରୁଷ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଜଗନ୍ନାଥ ପ୍ରେମୀ ଏହିଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଖୋଳ କୀର୍ତ୍ତନର ତାଳେ ତାଳେ ଜୟ ଜୟ କାର ଧ୍ୱନି ତଥା ମା ମାନଙ୍କ ହୁଳହୁଳି ସହିତ ଲଷ୍ମୀ ମାଙ୍କ ସହସ୍ର ନାମରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଥିଲା। ସାରା ପରିବେଶ ଭକ୍ତି ମୟ ପରିବେଶ ହୋଇ ଉଠିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ରାଜାଙ୍କ ଉତ୍ତାରିଧାକରି ସିଦ୍ଧାର୍ଥ ଶେଖର ସିଂ ମର୍ଦରାଜଙ୍କ ଦ୍ୱାରା ସମାପନ କାର୍ଯ୍ୟ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଲଷ୍ମୀ ମୂର୍ତ୍ତି ଟିକୁ ଗ୍ରାମର ଭିକାରୀ ଚରଣ ସାହୁ ପ୍ରଦାନ କରିଛନ୍ତି ଓ ଅନ୍ୟ ପାର୍ଶ୍ଵ ଦେବତା ଗୁଡିକୁ ମଧ୍ୟ ବଦାନ୍ୟ ବ୍ୟକ୍ତି ଦେବରାଜ ମିଶ୍ର ଓ ସୁଶାନ୍ତ କୁମାର ପରିଡାଙ୍କ ସହଯୋଗରେ ହୋଇଛି। ମନୋରଞ୍ଜନ ମିଶ୍ର, ଲୋକନାଥ ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ, ଦିଲ୍ଲୀପ କୁମାର ବେହେରା, ପ୍ରଶାନ୍ତ କୁମାର ବାରିକି, ପ୍ରହଲ୍ଲାଦ ପରିଡା, ଦୁର୍ୟୋଧନ ବାରିକି, ଅଭିମନ୍ୟୁ ପରିଡା, ଯୁଧିଷ୍ଠିର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଦିପ୍ତୀରଂଜନ ରଥ, ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଦୀପ୍ତ ସାସମଲ, ବସନ୍ତ କୁମାର ପ୍ରଧାନ, ମାଧବ ଚନ୍ଦ୍ର ମିଶ୍ର ଓ ଗ୍ରାମର ଅନ୍ୟ ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରିଥିଲେ।
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର