ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ଅଧୀନ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ମଧ୍ୟାହ୍ନ ସମୟରେ ଲୟାଲ୍ ୱେଲ୍ ଫେୟାର୍ ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଚିକିତ୍ସା ଶିବିର କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ବେହେରା ଙ୍କ ତତ୍ତ୍ୱା ବଧାନରେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଶତାଧିକ ଲୋକ ଆସି କଟକ ହସପିଟାଲରୁ ଆଗନ୍ତୁକ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନଙ୍କ ସହ ପରାମର୍ଶ କରୁଥିବାର ଦେଖାଯାଏ।

ଉକ୍ତ ଚିକିତ୍ସା ଶିବିର ରେ ଅର୍ଥପେଡିକ ବିଭାଗର ବିଶେଷଜ୍ଞ ଶକ୍ତି ସ୍ୱରୂପ ମହାନ୍ତି , ଭେଷଜ ବିଶେଷଜ୍ଞ ପଏଦ୍ କୁମାର ତ୍ରିପାଠୀ , ଆଈ ସି ୟୁ ବିଶେଷଜ୍ଞ ଏସ କେ ସିରାଜ୍ , ଲୟାଲ୍ ଫାଉଣ୍ଡେସନ ର ନୟାଗଡ଼ ଜିଲ୍ଳା ମ୍ୟାନେଜିଂ ଟ୍ରଷ୍ଟି ଆଦିତ୍ୟ କୁମାର ଜୟ ସିଂ, ସହାୟକ ତନ୍ମୟ ରଂଜନ ସାହୁ ରୋଗୀ ମାନଙ୍କ ମାଗଣାରେ ପରୀକ୍ଷା ନିରୀକ୍ଷା କରି ଉତ୍ତମ ଚିକିତ୍ସା କରିବା ସହିତ ଔଷଧ ବଣ୍ଟନ କରିଥିଲେ । ବିଭିନ୍ନ ରୋଗରେ ପୀଡିତ 20 ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ପାଇଁ କଟକ ନେବାକୁ ବ୍ୟବସ୍ଥା କରାଯାଇଛି। ଏଠାରେ ହାର୍ନିଆ , ମଳ କଣ୍ଟକ, ଅର୍ଶ, ଆପେଣ୍ଟିସାଇଟ୍, ପିତ୍ତକୋଷ, ମୂତ୍ରା ଶୟରେ ପଥର, ଗର୍ଭାଶୟର ଟ୍ୟୁମର, ନାକ କାନର ମାଂସ ବୃଦ୍ଧି, ହୃଦ୍ ରୋଗ , କର୍କଟ ରୋଗ, ବ୍ଲଡ଼ ପ୍ରେସର୍, ଡାଇବେଟିସ୍, ଅର୍ଥ ପେଡିକ୍ ସର୍ଜରୀ, ନିରୋ ସର୍ଜରୀ, ଆଈ ସି ୟୁ , ଏନ୍ ଆଈ ସି ୟୁ , ମୋତିଆ ବିନ୍ଦୁ ଆଦି ରୋଗ ସହିତ ଆଣ୍ଠୁ ଗଣ୍ଠି ଜନିତ ରୋଗ ପାଇଁ ମଧ୍ୟ ଚିକିତ୍ସା କରାଯାଇ ଥିବାର ଦେଖା ଯାଇଛି।
More Stories
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର