ପାତ୍ରପୁର, ୭/୨ (ସୁରେଶ ପଟ୍ଟନାୟକ): ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଅଭିଯୋଗ ନେଇ ଜରଡ଼ା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଯୁବକ ଜଣକ ହେଲେ ଉକ୍ତ ଥାନା ଅଧୀନ ଦାମୋଦରପଲ୍ଲୀ ଗ୍ରାମର ସନ୍ତୋଷ କନ୍ୟାରି । ସୂଚନା ମୁତାବକ ସନ୍ତୋଷ ଜରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଗତ କିଛି ଦିନ ହେବ ପ୍ରେମ ନିବେଦନ କରିବା ସହ ବିବାହ ପ୍ରତିଶ୍ରୁତି ଦେଇ ନାବାଳିକା ସହିତ ଯୌନ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଗତ କିଛି ଦିନ ହେବ ସନ୍ତୋଷ ଉକ୍ତ ନାବାଳିକା ସହ ପ୍ରତାରଣା କରିବା ନେଇ ନାବାଳିକା ଜଣକ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଜରଡ଼ା ଥାନା ପୁଲିସ ୩୩/୨୫ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ଶୁକ୍ରବାର ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜରଡ଼ା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇଛନ୍ତି ।
More Stories
ବିଭୂତିଙ୍କ କ୍ୟାବିନେଟ୍ ମନ୍ତ୍ରୀ ପଦ ଖାଇଯିବେ କି … ସାଂସଦ ପ୍ରଦୀପ … ?
ତିନିଶହ ବର୍ଷର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ
19-6-2025