ବୁଗୁଡା : ବୁଗୁଡା ବ୍ଲକ ଅଞ୍ଚଳର ଜଣାଶୁଣା କବି ଓ ଗୀତିକାର ପ୍ରସନ୍ନ କୁମାର ଦାଶଙ୍କ ଦ୍ବାରା ପ୍ରସ୍ତୁତ ଶିଶୁ
କବିତା ସଂକଳନ ” ସୁନା କଣ୍ଢେଇ ” ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି ।
ଏଥିରେ ଶିଶୁ ଓ କିଶୋର କିଶୋରୀଙ୍କ ନିମନ୍ତେ ଅନେକ ଶିକ୍ଷଣୀୟ ଓ କୌତୁକିଆ ସଚିତ୍ର କବିତା ସନ୍ନିବେଶିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଅନୁଷ୍ଠାନର ସମ୍ପାଦକ ,ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ-ଗୁରୁମା ଉପସ୍ଥିତ ରହି ପିଲାମାନଙ୍କ ମନରେ ଲେଖାଲେଖି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ
ବିଶ୍ୱ ନିକେତନରେ ଆନ୍ତର୍ଜାତିକ ଜରା ଦିବସ ପାଳିତ