Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଶିଶୁ ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସମରୋପ

Spread the love

ବ୍ରହ୍ମପୁର, ୨୫।୪(ଅଭିଜିତ କର): ସ୍ଥାନୀୟ ଗଜପତି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଦିନ ବ୍ରହ୍ମପୁର ସଙ୍କୁଳର ଏକ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁବିଦ୍ୟା ମନ୍ଦିରର ସଭାପତି ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ ପ୍ରଦୀପ କୁମାର ପଣ୍ଡା ଯୋଗ ଶିକ୍ଷାଦାନର ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଗୋଷଣିନୁଆଗାଁ ଶିଶୁ ମନ୍ଦିରର ସମ୍ପାଦକ ପ୍ରକାଶ ଚନ୍ଦ୍ର ପତ୍ରଯୋଗ ଦେଇ ଯୁଗାନ୍ତକାରୀ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ- ସଭାପତି ନରେଶ ଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ କବିରାଜ ସାହୁ ଉପଦେଷ୍ଟା ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନାଚାର୍ଯ୍ୟ ଶରତ ଚନ୍ଦ୍ର ମୁନି ବର୍ଗ ବିବରଣୀ ପଠନ କରିଥିବା ବେଳେ, ଶ୍ରୀଯୁକ୍ତ ପତିତ ପାବନ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗତ ୩ଦିନ ଧରି ଚାଲିଥିବା କାର୍ଯ୍ୟଶାଳାରେ ସମସ୍ତ ୧୦୦ଜଣ ଗୁରୁଜୀ/ଗୁରୁମା ସଫଳ ରୂପେ ପ୍ରଶିକ୍ଷଣ ଦେଇଛନ୍ତି ଯାହାକି ଆସନ୍ତା ଶିକ୍ଷା ବର୍ଷରେ ଶିକ୍ଷାଦାନ ସମୟରେ ସହାୟକ ହେବ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ଇନ୍ଦିରା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ରାମ କୃଷ୍ଣ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚର୍ଯ୍ୟା ଶ୍ରୀମତୀ ଉଷାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୂମା ମାନେ ପରିଚାଳନରେ ସହଯୋଗ କରିଥିଲେ।

error: Content is protected !!
Breaking News