Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ସମାଜସେବୀ ଶଙ୍କର୍ଷଣଙ୍କ ମାତାଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମ

Spread the love

ବ୍ରହ୍ମପୁର, ୧୪।୨(ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ଅନ୍ତର୍ଗତ ଚୌଧୁରୀ ମୈଦାନ ଠାରେ ଢ଼ାମଣା ସାହି ନିବାସୀ ତଥା ଜଣେ ଯୁବ ସମାଜସେବୀ ଶଙ୍କର୍ଷଣ ସାହୁ (ଉଲ୍ଲା)ଙ୍କ ପୂଜ୍ୟ ସ୍ୱର୍ଗତ ମାତା ସାଇବାଣୀ ସାହୁଙ୍କ ଦ୍ଵାଦଶାହ ଦିବସ ପାଳନ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ, ସମାଜସେବୀ ଶ୍ରୀ ଉଲାଙ୍କ ମାତାଙ୍କ ଗତ ୦୧-୦୨-୨୦୨୫ ତାରିଖ ଶନିବାର ଦିନ ଇହଲୀଳା ସମ୍ବରଣ କରିଥିଲେ । ସେନେଇ ଆଜି ତାଙ୍କର ଦ୍ଵାଦଶ ଦିବସ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କେ ଅନିଲ କୁମାର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସଞ୍ଜୟ ପାଣିଗ୍ରାହୀ, ମନୁ ପାଣିଗ୍ରାହୀ, ଟୁଲୁ ମଙ୍ଗରାଜ, ଆଇନଜୀବୀ ପୀତବାସ ପଣ୍ଡା, ଅଶୋକ ଶୁକ୍ଳ, ଛାତ୍ର ନେତା ସଚିନ ପଣ୍ଡା, ଗଣେଷ ସାହୁ, ପ୍ରଦୀପ ନାୟକ, ଗୋପାଳ ରଥ, ଅନିଲ ପତି, ପ୍ରମୋଦ ଜେନା, ଜଗନ୍ନାଥ ଚୌଧୁରୀ, ଶଙ୍କର ସାହୁ, ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ବରିଷ୍ଠ ନେତା ଭୀମସେନ ଦଳାଇ, ଗୋବିନ୍ଦ ସାହୁ, ଭଗବାନ ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ମାତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପରିବାର ବର୍ଗଙ୍କ ଗହଣରେ ସମେତ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ।

error: Content is protected !!
Breaking News