Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସାନ୍ ଏଣ୍ଡ ନୀଲ ଫାଉଣ୍ଡେସନର ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

Spread the love

ବ୍ରହ୍ମପୁର, ୨୩/୩(ଅଭିଜିତ କର): ଗୋପାଳପୁର ନିକଟସ୍ଥ କୋରାପଲ୍ଲୀ ଗାଁ ଠାରେ ସାନ୍ ଏଣ୍ଡ ନୀଲ ଫାଉଣ୍ଡେସନ ପକ୍ଷରୁ ଆୟୁଷ ହେଲଥ କେରର ମିଳିତ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମୋଟ ୪୭ଜଣ ରୋଗୀ ମାନଙ୍କର ଉଚ୍ଚରକ୍ତ ଚାପ, ଡାଏବେଟିସ, ଇସିଯି, ଚକ୍ଷୁ ପରୀକ୍ଷା ଆଦି କରାଯାଇଥିଲା । ସେଥି ମଧ୍ୟରୁ ଚିହ୍ନଟ ୮ ଜଣ ପରଳ ରୋଗୀଙ୍କୁ ଚିକିତ୍ସା ପାଇଁ ଶଙ୍କର ଚିକିତ୍ସାଳୟକୁ ବସ୍ ଯୋଗେ ସ୍ଥାନାନ୍ତାର କରାଗଲା । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ମାଗଣା ଅପରେସନ୍, ମାଗଣା  ଔଷଧ, ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏହି ଶିବିର ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ, ସଚିବ ଦିନେଶ କୁମାର, ଗଣେଶ ପାତ୍ର ଶିବିରକୁ ପରିଚାଳନା କରିଥିବା ବେଳେ, କବିରାଜ ଅମ୍ବୁଜା ଚରଣ ସାହୁ, ଚକ୍ଷୁ ବିଶେଷଜ୍ଞ ଚାନ୍ଦିନୀ ସାବତ, ସ୍ଵାତିକା ପ୍ରଧାନ, ଗୋପାଳ କୃଷ୍ଣ ମିଶ୍ର, ନଳିନୀ କାନ୍ତ ରାଉତ ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରି ଉଚିତ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରକୁ ବଂଶୀଧର ଦାସ ଓ ମଦନ ପାତ୍ର ପ୍ରମୁଖ ଶୃଙ୍ଖଲିତ ଭାବେ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!
Breaking News