ବ୍ରହ୍ମପୁର, ୧୬/୩(ମନ୍ଥନ-ଅଭିଜିତ କର): ସ୍ଥାନୀୟ ବଡ଼ ବଜାର ଅଞ୍ଚଳ ସ୍ଥିତ ଖାସ୍ପା ସାହି ମହୁରୀ ରାଜା ବଂଶଜଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାନ ମନ୍ଦିରରେ ଶୁକ୍ରବାର ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମନ୍ଦିର ପକ୍ଷରୁ ନିକଟସ୍ଥ ଛକ ଠାରେ ଠାକୁରଙ୍କ ହୋଲିକା ଦହନ ସହ ରାଧାକୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନ ସମୟରେ ଠାକୁରଙ୍କ ବିଧି ଅନୁସାରେ ସମସ୍ତ କାର୍ଯ୍ୟ ନୀତି ପାଳିତ ହେବା ସହ ସ୍ବତନ୍ତ୍ର ରୂପେ ଉତ୍ତମ ତିଥି ଏବଂ ଦିନ ଅନୁସାରେ ମନ୍ଦିର ପାର୍ଶ୍ୱରେ ଥିବା ମନ୍ଦିରରେ ଶ୍ରୀ ତ୍ରିବିକ୍ରମଙ୍କ ମନ୍ଦିର ପ୍ରତିଷ୍ଠା ସହ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ମଧ୍ୟ ମନ୍ଦିର ପରିସରରେ ସ୍ଥାପନ କରାଯାଇଛି । ସେହିପରି ଦିନ ତମାମ ପରମ୍ପରା ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ କରାଯିବ ସହ ଏହି ଉପଲକ୍ଷେ ଅଖଣ୍ଡ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ, ଅନ୍ନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ରୂପେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ପୂର୍ବତନ ଅଧ୍ୟକ୍ଷା ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇ ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ମୁଖ୍ୟ ପରିଚାଳକ ସୁରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜି ଉମାପତି ଅଚାରି, ଏନ୍ ଶ୍ରୀନିବାସ ରାଓ, ମୁରଲୀ ସୁବୁଦ୍ଧି, ଲକ୍ଷ୍ମୀ ନାରାୟଣ ନାୟକ, ବାୟା ଭାଇ ପ୍ରମୁଖ ପରିଚାଳନା କରୁଥିବା ବେଳେ, ପୁରୋହିତ ବାପିନି ଶୁକ୍ଳାଙ୍କ ସମେତ ଅନ୍ୟ ପୂଜାରୀ ମାନେ ସହଯୋଗ କରିଥିଲେ।
More Stories
ସାନ୍ ଏଣ୍ଡ ନୀଲ ଫାଉଣ୍ଡେସନର ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର
ଯୁବ ସାମ୍ବାଦିକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହୀତ
ସମାଜସେବୀ ଶଙ୍କର୍ଷଣଙ୍କ ମାତାଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମ