ସାମୁହିକ ବ୍ରତୋପନୟନ ଉତ୍ସବରେ ଯୋଗଦେଇ ସଫେଇ କଲେ ମନ୍ତ୍ରୀ

Spread the love

ବ୍ରହ୍ମପୁର, ୩୧/୧ (ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ୧୧୧ ସାମୁହିକ ବ୍ରତୋପନୟନ ଉତ୍ସବରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦାନ କରିଥିଲେ । ଏହି ବ୍ରତୋପନୟନ ଉତ୍ସବରେ ମନ୍ତ୍ରୀ ଶ୍ରୀ ଜେନା ସଫେଇ କାର୍ଯ୍ୟ କରିବା ସହ ଦୂର ଦୂରାନ୍ତରୁ ଆସିଥିବା ଜନ ସାଧାରଣଙ୍କୁ ନିଜେ ଭୋଜନ ପୋରଷି ଥିଲେ । ଏହାସହ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଉତ୍ତରେଶ୍ୱର ମନ୍ଦିର ପରିଚାଳକ ପଞ୍ଚାନନ ଚୈାଧୁରୀଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନା କରିବା ସହ ବିଭିନ୍ନ ରାଜନୈତିକ ଦଳର ଆସିଥିବା ନେତା ମାନଙ୍କ ସହ ପ୍ରସାଦ ସେବନ କରିଥିଲେ । ତାଙ୍କ ସହ ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଗଙ୍ଗାଧର ସତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ, ମଦନ ମୋହନ ପାତ୍ର, କର୍ପୋରେଟର ବନିତା ସାହୁ, କୃଷ୍ଣଚନ୍ଦ୍ର ଚୈାଧୁରୀ, ଚିତ୍ତରଞ୍ଜନ ସାହୁ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଦଳୀୟ ନେତୃବୃନ୍ଦ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

error: Content is protected !!
Breaking News