Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

Spread the love

ବ୍ରହ୍ମପୁର, ୧୨/୪ (ଅଭିଜିତ କର): ବ୍ରହ୍ମପୁର ଉପଖଣ୍ଡ ସୁନ୍ଦରପୁର ପଞ୍ଚାୟତ ପାଇତେରି ଗ୍ରାମର କନ୍ଧୁଣି ଦେବୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ପି. ଧର୍ମା ରାଓଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ସମାଜସେବୀ ବିଶ୍ରାନ୍ତ ସୈନିକ, ଶ୍ରୀ ଅର୍ଜୁନ କୁମାର ବେହେରା ଅତିଥି ରୂପେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇଥିବା ସହ ମାଗଣା ଅପରେସନ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ଏହି ଶିବିରରେ ଅର୍ଜୁନ କୁମାର ବେହେରା ଓ ଧର୍ମା ରାଓ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା କରିଥିବା ବେଳେ, ଡ ଦୀପକ ଦାସ ଓ ଶୁଭଶ୍ରୀ ମିଶ୍ର ସମସ୍ତଙ୍କୁ ପରୀକ୍ଷା କରି ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଶିବିରରେ ଏସ ଚିଟ୍ଟୀ ବାବୁ, ଗଣେଶ ପାତ୍ର, ବାଲିଆ ବିଶୋୟୀ, ଅର୍ଜୁନ ନାହାକ, କାହ୍ନୁ ସାହୁଙ୍କ ସମେତ ଗାଁର ବହୁ ସଦସ୍ୟ ମାନେ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ପାଖ ସାହି ବସ୍ତିରୁ ପ୍ରାୟ ୪୭ ଜଣ ବ୍ୟକ୍ତି ମାନେ ଯୋଗଦେଇ ଶିବିରର ଉଚିତ୍ ସୁଯୋଗ ନେଇଥିଲେ । ସେଥି ମଧ୍ୟରୁ ୧୦ ଜଣଙ୍କୁ ପରଳ ଅପରେସନ ପାଇଁ ବସ ଯୋଗେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା ।

error: Content is protected !!
Breaking News