• ବିଞ୍ଚଣା, ଶିବାରୁଢ଼ କାଳୀ, ଜ୍ୱାଲା ଓ କନକ ଦୁର୍ଗା ରଥ ଉନ୍ମୋଚନ ପାଇଁ ନିମନ୍ତ୍ରଣ
ବ୍ରହ୍ମପୁର,୭/୪(ଅଭିଜିତ କର): ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଦ୍ଵୀବାର୍ଷିକ ଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଏନେଇ ଆଜି ମାଁ’ଙ୍କ ପ୍ରିୟ ଧର୍ମଝଣ୍ଡା ମାଁ ବୁଢୀ ଠାକୁରାଣୀଙ୍କ ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସ୍ଥାପନା ହୋଇଛି । ଏହି ଅବସରରେ ଏକ ପାରମ୍ପାରିକ ବେଶ ଅର୍ଥାତ୍ ‘ଦାଣ୍ଡୁ’ ବେଶଧାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମାଁ’ଙ୍କ ଆଗମନର ୫ମ ଦିନରେ ବଚନ ଧର୍ମର ପ୍ରତୀକ ଧର୍ମ ଝଣ୍ଡାକୁ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସ୍ଥାପନା କରାଯିବାର ବିଧି ରହିଆସୁଥିବା ବେଳେ, ୪ର୍ଥ ଦିନରୁ ହିଁ ମାଁ’ଙ୍କ ବାପା ତଥା ଯାତ୍ରାର ମୁଖ୍ୟ ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ତରଫରୁ ୫୦ ଫୁଟରୁ ଉର୍ଦ୍ଧ୍ବ ଏକ କଞ୍ଚା ବାଉଁଶ ସ୍ଥାନୀୟ କମଳାବାରୀ ସାହିରେ ସାହି ବାସିନ୍ଦା ମାନଙ୍କୁ ପ୍ରଦାନ କରାଯାଇଥିଲା। । ଏହାକୁ ପଞ୍ଚମ ଦିନରେ ସାହି ବାସିନ୍ଦା ମାନେ ପୂର୍ବ ପରମ୍ପରା ଅନୁଯାୟୀ ଉକ୍ତ ବାଉଁଶକୁ ଡେରା ସମ୍ପ୍ରଦାୟ ଅନୁସାରେ ସାହି ସ୍ଥିତ ଏକ ଦିବ୍ୟ ଗଛ ମୂଳରେ ରଖି ପୂଜାର୍ଚ୍ଚନା କରିଥିଲେ । ଯାହାକୁ ନେଇ ନିମନ୍ତ୍ରଣ କରି ସାଙ୍ଗରେ ଆଣିବା ପାଇଁ ବାପା ଦେଶୀ ବେହେରାଙ୍କ ତରଫରୁ ଏହି ପାରମ୍ପାରିକ ବେଶ ଅର୍ଥାତ୍ ଦାଣ୍ଡୁ ବେଶ ଯାଇଥିଲା । ଏହି ଦୁଇ ପାରମ୍ପରିକ କାର୍ଯ୍ୟର ବହୁ ସୁନ୍ଦର ଓ ଆଧ୍ୟାତ୍ମିକ ତଥା ମାହାତ୍ମ୍ୟ ରହିଥିବା ସାହି ବାସିନ୍ଦା ଓ ବହୁ ବରିଷ୍ଟ ବିଜ୍ଞ ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ଶୁଣିବାକୁ ମିଳିଛି। ସୂଚନା ଥାଉ କି, ଉକ୍ତ ଧର୍ମ ଝଣ୍ଡା ହେଉଛି ମାଁ ବୁଢୀ ଠାକୁରାଣୀଙ୍କ ଦ୍ଵାରା ବାପା ଦେଶୀ ବେହେରାଙ୍କୁ ଦେଇଥିବା ଦ୍ଵୀବାର୍ଷିକ ଯାତ୍ରାର ବଚନକୁ ସାକ୍ଷୀ ରଖୀ ଧର୍ମ ରକ୍ଷାର ପ୍ରତୀକ ସ୍ଵରୂପ ଅଟେ । ଏଣୁ ଏହାକୁ ମାଁ ଙ୍କ ଯାତ୍ରା ସମୟରେ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ସ୍ଥାପନା କରାଯାଏ । ସେହିଭଳି ଉକ୍ତ ଧର୍ମଝଣ୍ଡାକୁ ସୁରକ୍ଷିତ ରୂପେ କମଳାବାରି ସାହି ଠାରୁ ଆଣି ଅସ୍ଥାୟୀ ମଣ୍ଡପ ଠାରେ ସଫଳ ରୂପେ ସ୍ଥାପନ କରିବା ପାଇଁ ପୂର୍ବ ରାଜାଙ୍କ ସମୟରେ ଏହି ପ୍ରଥା ରହି ଆସୁଥିବା ବେଳେ, ସେହି ଅନୁସାରେ ଆଜି ମଧ୍ୟ ଯାତ୍ରାର ମୁଖ୍ୟ ପରିଚାଳକ ଶ୍ରୀ ଦେଶୀ ବେହେରାଙ୍କ ନିର୍ଦ୍ଦେଶନାରେ ଏହି ପ୍ରଥା ରୂପକ ବେଶରେ ଯାତ୍ରାର କିଛି ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ଦୁଇ ଜଣ ମନ୍ତ୍ରୀ, ଜଣେ ସେନାପତି, ତିନି ଜଣ ପୋଲିସ କର୍ମଚାରୀ ଓ ତିନି ଜଣ ଧେଣ୍ଡୁରା ବାଜା ବେଶ ଧରି ଦେଶୀ ବେହେରାଙ୍କ ଘର ଠାରୁ ନିମନ୍ତ୍ରଣରେ ବାହାରି କମଳାବାରି ସାହି ଯାଇ ସେଠାରେ ସମସ୍ତ ପ୍ରକାର ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ହେବା ପରେ ତାହାକୁ ନେଇ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଆସିଥିବା ସହ ଦେଶୀ ବେହେରାଙ୍କ ପରିବାର ବର୍ଗଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ସ୍ଥାପନ କରାଯାଇଛି ବୋଲି ଦେଶୀ ବେହେରା କହିଛନ୍ତି। ଏହି ବେଶରେ ସ୍ୱେଚ୍ଛାସେବୀ ମୁରଲୀ, ଶ୍ରୀନିବାସ, ଅଭିଜିତ, ସମୀର, ଧିରେନ୍, ଆଶୁତୋଷଙ୍କ ସମେତ ଅନ୍ୟ ମାନେ ବେଶ ଧରିଥିବା ସହ ସ୍ଥାନୀୟ ଦୁଇ କର୍ପୋରେଟର ଟି କିଶୋରୀ ପାତ୍ର ଓ ଜମ୍ମୁଲା ଶ୍ରୀନିବାସଙ୍କ ସମେତ କମଳାବାରି ସାହିର ବହୁ ବାସିନ୍ଦା ଓ ଦେଶୀ ବେହେରା ସାହିର ବହୁ ସହଯୋଗୀ ମାନେ ଉପସ୍ଥିତ ରହି ଧର୍ମଝଣ୍ଡାକୁ ସ୍ଥାପନା କରିବାରେ ସହଯୋଗ କରିଥିଲେ। ସେହିପରି ସନ୍ଧ୍ୟାରେ ଆଜି ମାଁ ବୁଢ଼ୀ ଠାକୁରାଣୀଙ୍କ ଘଟର ନଗର ପରିକ୍ରମା, ଅସ୍ଥାୟୀ ମଣ୍ଡପରୁ ବାହାରି ମହୁରୀ ରାଜାବାଟି ସେଠାରୁ ଗୁଡ଼ ବଜାର ଦେଇ ଦେଶୀ ବେହେରା ଛକକୁ ଫେରି ବାଚୁବାରି ସାହି ଯାଇ ସେଠାରୁ ଷଣ୍ଢ ମହାନ୍ତି ସାହି ଏବଂ କାଳୁପାତ୍ର ସାହି ଛକ ହୋଇ ଷଣ୍ଢ ମହାନ୍ତି ଛକ ଦେଇ କେଦାର ପେଟା ଛକ ଦେଇ ଆଗା ସାହି ପର୍ଯ୍ୟନ୍ତ ପରିକ୍ରମା କରି ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ । ଏହି ପରିକ୍ରମା ସମୟରେ ଉକ୍ତ ସାହି ମାନଙ୍କର ବିଞ୍ଚଣା, ଶିବାରୁଢ଼ କାଳୀ, ଜ୍ୱାଲା ଓ କନକ ଦୁର୍ଗା ରଥ ଓ କଳକୁଞ୍ଜ ଗୁଡ଼ିକୁ ଉନ୍ମୋଚନ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା ।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା