ସ୍ଵାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

Spread the love

ବ୍ରହ୍ମପୁର : ସ୍ଥାନୀୟ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କ ସମ୍ମିଳନୀ କକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅଗଷ୍ଟ ୧୫ ତାରିଖ ଦିନ ପ୍ରତ୍ୟୁଷ ଘ ୫.୩୦ମି ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସହରରେ ରାମଧୁନ ପରିବେଷଣ କରାଯିବ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭.୦୦ମି ରେ ପତାକା ଉତ୍ତୋଳନ କରିବେ । ପୂର୍ବାହ୍ନ ଘ ୯.୧୫ ମି ରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ମୂଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ୭୮ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ୦୮.୦୮.୨୦୨୪ ତାରିଖ ଦିନ ଓଡିଆ ବକ୍ତୃତା ପ୍ରତିଯୋଗିତା ୦୯.୦୮.୨୦୨୪ ତାରିଖ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ୧୦.୦୮.୨୦୨୪ ତାରିଖ ଦିନ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ନିମନ୍ତେ ପ୍ରାଥମିକ (ଚତୁର୍ଥ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ), ମାଧ୍ୟମିକ (ଷଷ୍ଠ ଶ୍ରେଣୀରୁ ସପ୍ତମ ଶ୍ରେଣୀ), ଉଚ୍ଚ ବିଦ୍ୟାଳୟ (ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ) ଏବଂ ମହାବିଦ୍ୟାଳୟ ସ୍ତରୀୟ ଆୟୋଜନ କରାଯିବ, ଏହି ପ୍ରତିଯୋଗିତା ଗୁଡିକ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, କୋର୍ଟପେଟା ଠାରେ ଅନୁଷ୍ଠିତ ହେବ । ଏନେଇ ପ୍ୟାରେଡ ଅଭ୍ୟାସ ପାଇଁ ଆସନ୍ତା ୧୧.୦୮.୨୦୨୪ ତାରିଖ ଓ ୧୨.୦୮.୨୦୨୪ ତାରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ଏବଂ ୧୩.୦୮.୨୦୨୪ ତାରିଖ ପୂର୍ବାହ୍ନ ୭.୩୦ ଘଟିକା ସମୟରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଏହି ପ୍ରସ୍ତୁତି ବୈଠକରେ ଡେପୁଟି କଲେକ୍ଟର ସୁଶ୍ରୀ କସ୍ତୁରୀ ସ୍ଵାଇଁ ଓ ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ, ଉପଖଣ୍ଡ ସ୍ତରୀୟ ପୋଲିସ୍ ଅଧିକାରୀ, ଡ଼ି.ଏସ୍.ପ୍ରତାପ ଏବଂ ଆର୍.ଆଇ.ଅଫ୍ ପୋଲିସ୍ ଏମ.ଲକ୍ଷ୍ମୀ ରଞ୍ଜନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲୋକନାଥ ଶତପଥୀ ବିଭିନ୍ନ ବିବରଣୀ ଉପସ୍ଥାପନ କରି ଚଳିତ ବର୍ଷର ସ୍ଵାଧୀନତା ଦିବସ ପାଳନ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

error: Content is protected !!