ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ବିଧାୟକ

Spread the love

ବ୍ରହ୍ମପୁର,୧।୨ (ଅଭିଜିତ କର): ସ୍ଥାନୀୟ ସବ ରେଜିଷ୍ଟେର ଛକ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପୂର୍ବତନ ପ୍ରାନ୍ତ ସଙ୍ଘ ଚାଳକ ସ୍ୱର୍ଗତ ଶିବରାମ ମହାପାତ୍ର ତଥା ‘ବଡ଼ ଭାଇନା’ଙ୍କ ଦ୍ୱାଦଶ ଦିବସରେ ଶନିବାର ସନ୍ଧ୍ୟାରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ଥାପିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଛି । ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଏଥିରେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ବଡ଼ ଭାଇନାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ପରିବାର ବର୍ଗଙ୍କ ସମେତ ବିଧାୟକଙ୍କ ମହାନଗର ନିଗମ ପ୍ରତିନିଧି ଅଶୋକ ଶୁକ୍ଳା, ଉପ ସଭାପତି ରାମ କୁମାର ପାତ୍ର, ବରିଷ୍ଠ ନେତା ଶରତ ପଟ୍ଟନାୟକ, ପ୍ରଦୀପ ମିଶ୍ର ଏବଂ ରାଷ୍ଟୀୟ ସ୍ୱୟଂ ସେବକ ସଙ୍ଘର ବରିଷ୍ଠ ସଦସ୍ୟ ସଦସ୍ୟା, ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା, ନୀଳକଣ୍ଠେଶ୍ଵର ସରସ୍ବତୀ ଶିଶୁମନ୍ଦିରର ପ୍ରଧାନ ଆଚର୍ଯ୍ୟ, ଗୁରୁଜୀ, ଗୁରୁମା, ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଶ୍ରୀ ହନୁମାନ ଚାଳିଶା, ଗାୟତ୍ରୀ ମନ୍ତ୍ର, ଶାନ୍ତି ପାଠ ଗାନ କରି ଅମର ଆତ୍ମାର ସଦଗତି ପ୍ରାର୍ଥନା କରି ପ୍ରତିମୂର୍ତ୍ତୀକୁ ଲୋକାର୍ପିତ କରାଯିବା ସହ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଛି।

error: Content is protected !!
Breaking News