• ୫୮୧ ମାର୍କ ରଖି ବିଦ୍ୟାମନ୍ଦିରର ଗୌରବ ବୃଦ୍ଧି କରିଛନ୍ତି ଆକାଶ
ବ୍ରହ୍ମପୁର, ୨୦/୫ (ଅଭିଜିତ କର): ସ୍ଥାନୀୟ ଶିବାନନ୍ଦ ନଗର ସ୍ଥିତ ମାଁ ସରସ୍ଵତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷାରେ ଅଦ୍ଭୁତ ସଫଳତା ହାସଲ କରିଛନ୍ତି । ଦୀର୍ଘ ୧୬ ବର୍ଷ ଧରି ଶତ ପ୍ରତିଶତ ସଫଳତା ହାସଲ କରି ଆସିଥିବା ବିଦ୍ୟାମନ୍ଦିର ଆଜି ବି ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛି। ସେନେଇ ଆଜି ବିଦ୍ୟାମନ୍ଦିର ପରିସରରେ ପରିଚାଳନା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ପ୍ରକାଶ ଥାଉ କି, ଆଜି ପ୍ରକାଶିତ ଫଳାଫଳ ଅନୁସାରେ ଶିକ୍ଷାନୁଷ୍ଠାନର ୧୦୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ୧ରେ ୧୪, ଏ୨ରେ ୨୯, ବି୧ ୪୦, ବି୨ରେ ୧୯, ଏବଂ ସି’ ରେ ୩ଜଣ ଛାତ୍ରଛାତ୍ରୀ ଉଚ୍ଚ ସଂଖ୍ୟା ରଖି ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ସେଥି ମଧ୍ୟରୁ ଆକାଶ କୁମାର ପାଣିଗ୍ରାହୀ ୫୮୧(୯୬.୮୩), ରଖି ବିଦ୍ୟାମନ୍ଦିରର ଗୌରବ ବୃଦ୍ଧି କରିଛନ୍ତି ବୋଲି ବିଦ୍ୟାମନ୍ଦିର ପକ୍ଷରୁ କୁହାଯାଇଛି। ଏହି ସଫଳତା ଅବସରରେ ବିଦ୍ୟା ମନ୍ଦିରର ସଭାପତି ଡ ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉକ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉପ ସଭାପତି ଦେବେନ୍ଦ୍ର କୁମାର ପାଢ଼ୀ, ସମ୍ପାଦକ ଯଜ୍ଞ ନାରାୟଣ ପାଢ଼ୀ, ସହ ସମ୍ପାଦକ ଜୟରାମ ସ୍ୱାଇଁ, ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର, ପ୍ରଧାନଗୁରୁଜୀ ମମତା କୁମାର ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେହିପରି ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟ ଓ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ମାନଙ୍କ ଆପ୍ରାଣ ଚେଷ୍ଟା ଓ ଶିଶୁ ମାନଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ପ୍ରଶଂସା କରି ସଭାପତି ସମସ୍ତ କର୍ମଚାରୀ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।
More Stories
A1 Grade First Place in the State of the 10th Class Board Examination
26-4-2025
କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀ, ସଂଘ ଓ ମିଳିତ ସଙ୍ଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି