Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଜିଲ୍ଲାସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ

Spread the love

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ ତୀର୍ଥ କ୍ଷେତ୍ର ପାତାଲଗଙ୍ଗା ରାଧାକୃଷ୍ଣ ମନ୍ଦିର ସଭାଗୃହ ରେ ନୂଆପଡା ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହା ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ରାଜ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହା ସଂଘ ସଭାପତି ସୁବୋଧ ନାଥ ଶର୍ମା, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉପ ସଭାପତି କ୍ରିଷ୍ଣା ଚନ୍ଦ୍ର ନାୟକ, କୋଷାଧକ୍ଷ ପ୍ରଦୀପ କୁମାର ଦାସ,ସମ୍ପାଦକ ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ, ହାଇପାୱାର କମିଟି ଜୀବନ ଜ୍ୟୋତି ଚାନ୍ଦ, ଗୋପାଳ ସିଂ,ରଞ୍ଜନ କୁମାର ନାଓ,ଶୁଭେନ୍ଦ୍ର କୁମାର ସାମଳ, ପ୍ରମୁଖ ମଞ୍ଚସିନ ରହିଥିଲେ ଓ ନୂଆପଡା ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ସଭାପତି ବୁଲୁ ପଟେଲ, ଉପ ସଭାପତି ଅମିତ କୁମାର ହଂସ, ସମ୍ପାଦକ ମହାବୀର କଟା, ସହ ସମ୍ପାଦକ ଶାନ୍ତନୁ କୁମାର ପଣ୍ଡା, କୋଷାଧକ୍ଷ ଆଶିଷ କୁମାର ରାଉତ ରାୟ ସହ ସମ୍ପାଦକ ଗଗନ କୁମାର ପାତ୍ର, ଓ ଜିଲ୍ଲାର ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରି ଯୋଗଦାନ କରିଥିଲେ ଓ ଆଗାମୀ ଦିନେ କିଭଳି ଭାବରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ତୃଣମୂଳ ସ୍ଥରରୁ ମଜବୁତ ରହିବ ସେ ଉପରେ ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା

error: Content is protected !!
Breaking News