Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

୧୦ ଦଳିତ ଛାତ୍ରଙ୍କୁ ସବର୍ଣ୍ଣ ଛାତ୍ରମାନେ ମାରପିଟ୍ କରିଥିବା ଅଭିଯୋଗ

Spread the love

ନୟାଗଡ଼ ବ୍ଲକ ମାଛିପଡାସ୍ଥ ଗୋଟିଏ କ୍ୟାମ୍ପସ(ହତା)ରେ ଥ‌ିବା ଚନ୍ଦ୍ରଶେଖର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୦ ଦଳିତ ଛାତ୍ରଙ୍କୁ ସବର୍ଣ୍ଣ ଛାତ୍ରମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ସ୍କୁଲରେ ଛୁଆଁଅଛୁଆଁ ଭେଦଭାବ ରଖ୍ ପ୍ରଧାନଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ସବର୍ଣ୍ଣଛାତ୍ରମାନେ ମାରପିଟ କରିଛନ୍ତି ବୋଲି ମାଡ଼ ଖାଇଥିବା ଛାତ୍ରଙ୍କ ଅଭିଭାବକମାନେ କହିଛନ୍ତି । ଏହି ଘଟଣାକୁ ନେଇ ମାଛିପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି । ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଦଳିତ ଛାତ୍ର ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ସେପଟେ ଅଭିଭାବକମାନେ ସ୍କୁଲକୁ ଯାଇ ପିଲାଙ୍କୁ ମାରପିଟ୍ ଘଟଣାର ତଦନ୍ତ କରିବାକୁ ଦାବି କରିବା ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ନ୍ୟାୟ ଭିକ୍ଷା । କରିଛନ୍ତି । ଅନ୍ୟପକ୍ଷେ ଅଭିଯୋଗ ନ ଥିଲେ ମଧ୍ୟ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛି । ॥ ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ୧୦ ଦଳିତ ଛାତ୍ର ଆହତ

ସବର୍ଣ୍ଣ ଛାତ୍ରଙ୍କ ମାଡ଼ରେ ଆହତ ହୋଇଥିବା ଦଳିତ ଛାତ୍ରମାନେ।

ବୁଧବାର ପ୍ରାର୍ଥନା ପୂର୍ବରୁ କେତେଜଣ ଛାତ୍ର ମିଳିତ ହୋଇ ଆମକୁ ମାରପିଟ୍ କଲେ । ଶାର୍ଟ ଚିରି ଦେଇ ପିଟିଲେ । ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସଂସ୍କୃତ ଶିକ୍ଷକଙ୍କ ନିର୍ଦ୍ଦେଶରେ ଛୁଆଁ ଅଛୁଆଁ ଭେଦଭାବକୁ ନେଇ ମାରପିଟ୍ ହୋଇଛି । ମାପିଟ କରି ଷଷ୍ଠ, ସପ୍ତମ ଓ ନବମ ଶ୍ରେଣୀର ୧୦ ଛାତ୍ରଙ୍କୁ ସ୍କୁଲରୁ କାଢ଼ିଦେଲେ । ଏନେଇ ଘରେ ଜଣାଇବା ପରେ ପରିବାର ଲୋକ ଆମକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ଅଭିଭାବକ ଛାଟିଆଣି ନାୟକ କୁହନ୍ତି, ମୋ

ଫୁଅ ପରି ଅନେକ ଛାତ୍ର ମାଡ଼ ଖାଇଛନ୍ତି । ଡିଜିଟାଲ ଯୁଗରେ ଛୁଆଁଅଛୁଆଁ ଭେଦଭାବ ରଖ୍ ମାଡ଼ ମରା ଯାଇଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି । ହାଇସ୍କୁଲ ପ୍ରଧାନଶିକ୍ଷକ ଫକୀର ପ୍ରଧାନ ଓ ସଂସ୍କୃତ ଶିକ୍ଷକ ବ୍ରଜ କିଶୋର ସାହୁ କୁହନ୍ତି, ସବର୍ଣ୍ଣ ଅସବର୍ଣ୍ଣ ଛାତ୍ରଙ୍କ ମାରପିଟ୍ ଘଟଣା ସ୍କୁଲ ଭିତରେ କି ବାହାରେ ଘଟିଛି ଆମେ ଜାଣିନାହୁଁ । ଘଟଣାର ସତ୍ୟ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରାଯାଉଛି । ଘଟଣାକୁ ସମାଧାନ

କରାଯିବାକୁ ଉଦ୍ୟମ ଜାରି ରହିଛି । ଡକ୍ଟର ଆମ୍ବେଡ଼କର ମହାସଂଘ ସମ୍ପାଦକ ଅଖ୍ ନାୟକ ଓ ସମାଜିକ କର୍ମୀ ପ୍ରଭାସିନୀ ନନ୍ଦ କୁହନ୍ତି, ୧୦ ଦଳିତ ଛାତ୍ରଙ୍କୁ ମାଡ଼ମରା ଘଟଣା ଜାଣିବା ପରେ ଛାତ୍ରମାନଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଲୁ । ସ୍କୁଲକୁ ଯାଇ ଘଟଣା ବୁଝିଲୁ । ଜିଲା ଶିକ୍ଷା ଅଧିକାରୀଙ୍କୁ ଲେଖୁ ଘଟଣାର ଅନୁଧ୍ୟାନ କରିବାକୁ ଅନୁରୋଧ କଲୁ । ଆମଠାରୁ ଅଭିଯୋଗ ପାଇବା ପରେ ଜିଲା ଶିକ୍ଷା ଅଧିକାରୀ ଘଟଣାର ସମାଧାନ ପାଇଁ ପଦକ୍ଷେପ

ମାଡଖାଇ ଥିବା ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲରେ ଛୁଆଁ ଅଛୁଆଁ ଭେଦଭାବ ରହିଛି । ଅଧିକାଂଶ ସମୟରେ ଆମକୁ ଜାତିଆଣ ଆକ୍ଷେପ କରାଯାଇଛି ।

ନେଲେ । ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କୁ ଡକାଇ ଆଲୋଚନା କଲେ । ଗୁରୁବାର ସ୍କୁଲକୁ ଯାଇ ଘଟଣାର ଆଲୋଚନା କରି ସମାଧାନ କରିବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି । ଜିଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ କୁହନ୍ତି, ମାଛିପଡ଼ା ସ୍କୁଲରେ ଦଳିତ ଛାତ୍ରଙ୍କୁ ମାରପିଟ୍ ଘଟଣାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି । ସ୍କୁଲରେ ଯେପରି ବିଶୃଙ୍ଖଳା ନ ଘଟିବ ସେଥ୍ପାଇଁ ତାଗିଦ୍ କରାଯାଇଛି । ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ କୁହନ୍ତି, ଦଳିତ ଛାତ୍ରଙ୍କୁ ମାରପିଟ୍ ଘଟଣା ଶୁଣୁ ଶୁଣୁ ପୋଲିସ ଅଭିଯୋଗ ନ ପାଇ ଘଟଣାର ତଦନ୍ତ କରିଥିଲା । ତେବେ ଏନେଇ ଅଭିଯୋଗ ହୋଇ ନାହିଁ। ବିବାଦର ସମାଧାନ ହୋଇଥିବା ଜଣାପଡିଛି ।

error: Content is protected !!
Breaking News