ଚିକିଟି, ୪/୨ (ସୁରେଶ ପଟ୍ଟନାୟକ): ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ରେଞ୍ଜ ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ, ପଙ୍କାଳ, ତୁରୁବୁଡ଼ି, ଖାରିଆନାଳ, ଜଡିମହୁଲ ଆଦି ଗ୍ରାମରେ ଚଢ଼ଉ କରାଯାଇଥିଲା । ଏହି ଘଟଣାରେ ପଙ୍କାଳ ଗ୍ରାମର ଦୁସା ପୂଜାରୀ(୪୦ବର୍ଷ), ତୁରୁବୁଡିର ସରୋଜ କୁମାର ସାହୁ(୪୦ବର୍ଷ), ଜଡିମହୁଲ ଗ୍ରାମର ଡମ୍ବୁରୁ ଶବର(୩୫ବର୍ଷ), କୁରେଶୁ ଶବର (୪୦ବର୍ଷ), ସୁକୁମାରୀ ଶବର(୫୫ବର୍ଷ) ମାନଙ୍କ ଠାରୁ ମୋଟ ୨୦୨ ଲିଟର ଅପମିଶ୍ରିତ ଦେଶୀ ଚୋରା ରନ୍ଧା ମଦ ଜବତ କରାଯାଇଛି । ଏହା ସେମାନଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇ ସେମାନଙ୍କୁ ମାନ୍ୟବର ପାତ୍ରପୁର ଜେଏମଏଫସି କୋର୍ଟକୁ ପଠାଯାଇଥିଲା । ତେବେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର କାରାଗାରକୁ ପଠାଯାଇଛି । ଏହି ଚଢ଼ାଉରେ ଚିକିଟି ଅବକାରୀ ଥାନା ଏଏସଆଇ ଆର୍. ଲକ୍ଷ୍ମୀ ରେଡ୍ଡୀ, ବସନ୍ତ କୁମାର ମଲ୍ଲିକ, ଅବକାରୀ କର୍ମଚାରି ସାହେବ ଶବର, ହର ପ୍ରସାଦ ମଲ୍ଲିକ, ବଳରାମ ପାତ୍ର ଏବଂ ଅଂଶୁମାନ ପରିଡ଼ା ପ୍ରମୁଖ ସାମିଲ ଥିଲେ ।
More Stories
ଶାରୀରିକ ସମ୍ପର୍କ ରଖି ବିବାହର ପ୍ରତଶ୍ରୁତି ଦେଇ ଧୋକା ଅଭିଯୋଗ, ଯୁବକ କୋର୍ଟ ଚାଲାଣ
ତାଲାବନ୍ଦ ଘରୁ ଚୋରି ଘଟଣାରେ ଜଣେ ଗିରଫ
ଦିନ ଦ୍ବିପହରରେ ହରିଲୁଟ